ବିଶିଷ୍ଟ ମାର୍କସବାଦୀ ଜନନାୟକ, ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ସ୍ମରଣେ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ମାର୍କସବାଦୀ ଜନନାୟକ, ସିପିଆଇଏମ୍‌ର ସାଧାରଣ ସମ୍ପାଦକ କମ୍ରେଡ୍ ସୀତାରାମ ୟେଚୁରୀ ଗତ ସେପ୍ଟେମ୍ବର ୧୨ ତାରିଖ ଦିନ ନିମୋନିଆରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି ତାଙ୍କର ମର ଶରୀର ନୂଆଦିଲ୍ଲୀ ସ୍ଥିତ ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଅଣାଯାଇ ଥିବା ବେଳେ ଦେଶର ଓ ବିଭିନ୍ନ ଦେଶରୁ ଆସିଥିବା ରାଜନୈତିକ ଦଳର ନେତୃବୃନ୍ଦ ଓ ବୁଦ୍ଧିଜୀବୀମାନେ କମ୍ରେଡ୍ ସୀତାରାମ ୟେଚୁରୀଙ୍କୁ ଶେଷ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ସମ୍ମାନ ଜଣାଇଛନ୍ତି । ଭାରତବର୍ଷର ମହାମହିମ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରୟାତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଶେଷ ଇଚ୍ଛା ମୁତାବକ ସୀତାରାମ ୟେଚୁରୀଙ୍କ ପରିବାର ବର୍ଗ ତାଙ୍କର ମର ଶରୀରକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ଏମ୍ସକୁ ହସ୍ତାନ୍ତର କରାଯାଇଛି । ସିପିଆଇଏମ୍, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଭଞ୍ଜ ଭବନ ପ୍ରେକ୍ଷାଳୟରେ ପାର୍ଟିର ଜିଲ୍ଲା ସଂପାଦକ ପ୍ରମୋଦ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ତଥା ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବରିଷ୍ଠ ସ୍ତମ୍ଭକାର ଭୂପେନ ମହାପାତ୍ର, ଐତିହାସିକ ଡ. ପ୍ରଭାତ ମଲ୍ଲିକ, ଜାତୀୟ କଂଗ୍ରେସର ନେତା ରବି ରାୟ, ବିଜୁ ଜନତାଦଳର ନେତା ଆର୍ତ୍ତତ୍ରାଣ ମହାରଣା, ସିପିଆଇ ଜିଲ୍ଲା ସଂପାଦକ ପ୍ରଦୋଷ ମହାନ୍ତି, ସିପିଆଇଏମ୍‌ଏଲ୍ (ଲିବରେସନ) ନେତା ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଏସ୍‌. ୟୁ. ସି. ଆଇ(କମ୍ୟୁନିଷ୍ଟ) ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟା ଛବି ମହାନ୍ତି, ଆପ୍ ନେତା ଭରତ ବାଇ ପ୍ରମୁଖ ସୀତାରାମ ୟେଚୁରୀଙ୍କ ରାଜନୈତିକ ଜୀବନ, ଦେଶରେ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ଆନ୍ଦୋଳନ ତିଆରି କରିବାରେ ତାଙ୍କର ଅବଦାନ, ଦେଶର ଘଡିସନ୍ଧି ସମୟରେ ମେଣ୍ଟ ସରକାର ଗଠନରେ କର୍ଣ୍ଣଧାର, ଏକାଧାରରେ ଜଣେ ପଣ୍ଡିତ, ସୁବକ୍ତା ଭାବରେ କେବଳ ସି. ପି. ଆଇ. ଏମ୍‌ର ସମସ୍ତେ ଭିନ୍ନ ରାଜନୈତିକ ଦଳ ଓ ଦେଶର ଜନଗଣଙ୍କ ପାଖରେ ଆଦୃତ ହୋଇ ପାରିଥିଲେ । ତାଙ୍କର ଅକାଳ ବିୟୋଗ ଦେଶର ଶ୍ରମଜୀବୀ ମଣିଷ ଓ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଆନ୍ଦୋଳନ ପାଇଁ ଏକ ଶକ୍ତ ଧକ୍କା ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ । ଏହି ସ୍ମୃତି ସଭାରେ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ସମାଜସେବୀ ସଞ୍ଜୀବ ମହାନ୍ତି, ଡ. ସୁମନ ଦତ୍ତ, ଶ୍ରମିକ ନେତା ପ୍ରଶାନ୍ତ ବେହେରା, ନିହାର ଦାସ, ସଦାନନ୍ଦ ସାହୁ, ପ୍ରମୋଦ ଦାସ, ସତ୍ୟପ୍ରିୟ ମହାନ୍ତି, ଅଜିତ ନାୟକ, କୋଇଡା ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ, ଜିଲ୍ଲା ପରିଷଦ ସଦସ୍ୟା ସୁଶିଳା ମୁଣ୍ଡା, ଲହୁଣୀପଡ଼ା ବ୍ଲକ ଉପାଧ୍ୟକ୍ଷ ପଣ୍ଡିତ ମୁଣ୍ଡା, କଂଗ୍ରେସ ନେତା ଜ୍ଞାନେନ୍ଦ୍ର ଦାସ, ବିଜେଡ଼ି ନେତା ବିରେନ ସେନାପତି ପ୍ରମୁଖ ସୀତାରାମ ୟେଚୁରୀଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶେଷ ସମ୍ମାନ ଜଣାଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାକୁ ସି. ପି. ଆଇ. ଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ସାଲୋମି ମିଞ୍ଜ, ରାଜ କିଶୋର ପ୍ରଧାନ, ଜିଲ୍ଲା କମିଟି ସଦସ୍ୟ ବି. ପି. ମହାପାତ୍ର, ବସନ୍ତ ନାୟକ, ଆନନ୍ଦ ମାସି ହରୋ, ଅନିରୁଦ୍ଧ ତ୍ରିପାଠୀ, ମନୋଜ ମିର୍ଦ୍ଧା, ଲାଲ୍ ବାହାରକୁ ମହାନ୍ତ, ସମୀର ନାୟକ, ଅଜୟ ଶର୍ମା, ହୃଦୟାନନ୍ଦ ଯାଦବ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.