
ନୂଆପଡ଼ା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ତୀର୍ଥକ୍ଷେତ୍ର ପାତାଳଗଙ୍ଗା ଠାରେ ନୂଆପଡା ଜିଲ୍ଲା ଡିଷ୍ଟ୍ରିକ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍କ ବୈଠକରେ ଜିଲ୍ଲା ସଭାପତି ସୁଶାନ୍ତ କରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ସମ୍ପାଦକ ଯୁଗଳ କିଶୋର ମହାନନ୍ଦ କୋଷାଧ୍ୟକ ବିଶିକେସନ ପଣ୍ଡା, କୋମନା ବ୍ଲକ ସଭାପତି ରଂଜିତ ପଣ୍ଡା, ଖରିଆର ବ୍ଲକ ସଭାପତି ଓମ୍ପ୍ରକାଶ ଚୌଧୁରୀ, ସିନାପାଲି ବ୍ଲକ ସଭାପତି ଗୟାରାମ ମେହେର, ସୀମାଞ୍ଚଳ ମହାପାତ୍ର, ଅଂଶୁମାନ ଅଗସ୍ତି, ମକାରୁ ବେମାଲ, ରାଜକିରଣ ସିଂହଦେଓ, ବିକାଶ ଖରସସେଲ, ମୃତୁଞ୍ଜୟ ପଣ୍ଡା, ସତ୍ୟବ୍ରତ ଷଡ଼ଙ୍ଗୀ, ରାମନାଥ ପଣ୍ଡା, ଭାଗ୍ୟବାନ ମାଝୀ, ରମେଶ ଜଗତ, ଦେବଦାସ ପାଢ଼ୀ, ମାଇକଲ ନନ୍ଦ, ଶ୍ୟାମସୁନ୍ଦର ସଗରିଆ, ରମାକାନ୍ତ ବନ୍ଧିଛୋର, ଦୀନେଶ ଛତ୍ରିଆ, ଗଣେଶ ଚନ୍ଦ୍ର ବାଗ, ଝମ୍ପେଶ୍ୱର ବନ୍ଧିଛୋର, ଯୁଜେଷ୍ଟି ଦୀପ, ଉପେନ୍ଦ୍ର ବାଗ, ନୀଳାମ୍ବର ନାଗ, ଅଜିତ ବେହେରା, କାର୍ତ୍ତିକ ମହାନନ୍ଦ, ଉପେନ୍ଦ୍ର ମଟାରି, ହରେରାମ କରୁଆଁ, ପରମେଶ୍ୱର ମେହେର, କମଳ ଲୋଚନ ମାଝୀ ପ୍ରମୁଖ ଉତ୍କ ବୈଠକରେ ଉପସ୍ଥିତ ରହିଥିଲେ ଓ ଆଗାମୀ ଦିନେ ସାମ୍ବାଦିକ ମାନଙ୍କୁ ପେନ୍ସନ୍, ବର୍ଦ୍ଧିତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିବା, ସାମ୍ବାଦିକ ମାନଙ୍କ ସୁରକ୍ଷା ଯୋଗାଇ ଦେବା ଓ ଜିଲ୍ଲାର ସମସ୍ୟା ଗୁଡିକୁ କିଭଳି ଭାବରେ ସମାଧାନ କରିବା ଓ ସଂଘ କିଭଳି ଭାବରେ ତୃଣମୂଳ ସ୍ଥରରୁ ମଜ୍ବୁତ୍ ହେବ ସେ ଉପରେ ବୈଠକରେ ଆଲୋଚନା ହୋଇଥିଲା ।