oom

ଆପତ୍ତି ଅଭିଯୋଗ ପାଇଁ ମୋବାଇଲ ନମ୍ବର ଜାରି କଲେ ସାଧାରଣ ଓ ପୋଲିସ ପର୍ଯ୍ୟବେକ୍ଷକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ଆସନ୍ତା ମେ ୨୦ ତାରିଖରେ ବଲାଙ୍ଗିର ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ହେବ । ଏହି ପରିପେକ୍ଷୀରେ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ନାମାଙ୍କନ ପ୍ରକ୍ରିୟା ସରିବା ସହ ବଲାଙ୍ଗିରରେ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ଦ୍ଵାରା ନିଯୁକ୍ତ ସାଧାରଣ ଓ ପୋଲିସ ପର୍ଯ୍ୟବେକ୍ଷକ ନିର୍ବାଚନୀ ବ୍ୟବସ୍ଥା ତଦାରଖ କରୁଛନ୍ତି । ବଲାଙ୍ଗିର ସଂସଦୀୟ କ୍ଷେତ୍ରରେରେ ସାଧାରଣ ପର୍ଯ୍ୟବେକ୍ଷକ ରୂପେ ୨୦୦୪ ବ୍ୟାଚ୍‌ ଆଇଏଏସ୍‌ ରାଜ କୁମାର ବେନିୱାଲ୍‌ ଏବଂ ରଞ୍ଜନ ଭିଶାଲ ଏବଂ ପୋଲିସ ପର୍ଯ୍ୟବେକ୍ଷକ ରୂପେ ୨୦୦୬ ବ୍ୟାଚ୍‌ ଆଇପିଏସ୍‌ ଶୈଳେନ୍ଦ୍ର କୁମାର ସିହ୍ନା ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ବ୍ୟବସ୍ଥା ତଦାରଖ କରିବେ । ଏଥି ନିମନ୍ତେ ସେ ୩ଟି ମୋବାଇଲ ନମ୍ବର ଜାରି କରିଛନ୍ତି । ବଲାଙ୍ଗିର, ଟିଟିଲାଗଡ ଏବଂ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ନିମନ୍ତେ କୌଣସି ଅଭିଯୋଗ ପାଇଁ ରାଜ କୁମାର ବେନିୱାଲଙ୍କୁ ୮୮୯୫୩୫୦୪୯୫ ନମ୍ବରରେ, ଲୋଇସିଂହା, ପାଟଣାଗଡ଼ ବିଧାନସଭା କ୍ଷେତ୍ର ନିମନ୍ତେ ରଞ୍ଜନ ଭିଶାଲଙ୍କୁ ୮୮୯୫୨୬୩୬୧୯ ନମ୍ବରରେ ଏବଂ ବଲାଙ୍ଗିର ଲୋକସଭା କ୍ଷେତ୍ର ନିମନ୍ତେ ପୋଲିସ ପର୍ଯ୍ୟବେକ୍ଷକ ଶୈଳେନ୍ଦ୍ର କୁମାର ସିହ୍ନାଙ୍କୁ ୮୮୯୫୩୫୦୭୪୬ ନମ୍ବରରେ ଫୋନ୍‌ ମାଧ୍ୟମରେ ଖର୍ଚ୍ଚ ବାବଦରେ କୌଣସି ଅଭିଯୋଗ ପର୍ଯ୍ୟବେକ୍ଷକଙ୍କୁ ସିଧାସଳଖ ଜଣେଇପାରିବେ । ନିର୍ବାଚନ ଶେଷ ଯାଏଁ ଏହି ନମ୍ବର ଉପଲବ୍ଧ ରହିବ ।

jittmm
Leave A Reply

Your email address will not be published.