jayashree

ବିଜେଡି ଦଳରୁ ଇସ୍ତଫା ଦେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ରଞ୍ଜୁ ରାଏମନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ଜଣେ ଟାଣୁଆ ନାରୀ ନେତ୍ରୀ ଭାବେ ଅଞ୍ଚଳରେ ଜଣାଶୁଣା ଚେହେରା ହେଲେ ଶ୍ରୀମତୀ ରଞ୍ଜୁ ରାଏମନ । କିଛି ବର୍ଷ ହେବ ବିଜୁ ଜନତା ଦଳରେ ସାମିଲ ହୋଇ ଦଳର ସାଂଗଠାନିକ କାର୍ଯ୍ୟ କରି ଆସୁଥିଲେ । ସେ ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଭାବରେ ଦାୟିତ୍ଵ ତୁଳାଇ ଆସିଥିଲେ । ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଦଳର ସଙ୍ଗଠନକୁ ସୁଦୃଢ଼ କରିଥିଲେ ମଧ୍ୟ ଯିଏ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଟିକେଟ ଦେଉଛନ୍ତି ବୋଲି ରଞ୍ଜୁ କହିଛନ୍ତି । ରଞ୍ଜୁ ରାଏମନ୍ ୨୦୧୯ ଓ ୨୦୨୪ ପାଇଁ ମଧ୍ୟ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଥିଲେ । ଇସ୍ତଫା ଦେବାର କାରଣ ହେଉଛି ଯେ ଦଳର ନେତା ମନ୍ତ୍ରୀମାନେ ତାଙ୍କୁ ଅଣଦେଖା ଓ ଅସମ୍ମାନ କରିବା ସହ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରୁ ନଥିଲେ । ନିଜର ସ୍ୱାଭିମାନ ଓ ସଙ୍ଗଠନକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନେଇଛି ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରଞ୍ଜୁ ।

Leave A Reply

Your email address will not be published.