ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କାର ଭାରତୀ ପଶ୍ଚିମ ପ୍ରାନ୍ତ ଉତ୍କଳର ବାର୍ଷିକ ସାଧାରଣ ସଭା ଭ୍ରମର ହୋଟେଲ ବଲାଙ୍ଗିର ଜିଲ୍ଲାରେ ମହାସାରୋହରେ ପାଳିତ ହୋଇଯାଇଅଛି । ପ୍ରାନ୍ତ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ କ୍ଷେତ୍ର ପ୍ରମୁଖ ସୁଧୀର ରଂଜନ ରାୟ, ସମ୍ମାନିତ ଅତିଥି ଭାବରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପ୍ରଚାରକ ବିଷ୍ଣୁ ନାଏକ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, କୋଷାଧ୍ୟକ୍ଷ ଉମେଶ ପଣ୍ଡା ଓ ପ୍ରାନ୍ତ ମହାମନ୍ତ୍ରୀ ନାଟ୍ୟଶ୍ରୀ ଗଦାଧର ବାରି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସଭାକୁ ସୁଶୋଭିତ କରିଥିଲେ । ପଶ୍ଚିମ ପ୍ରାନ୍ତର ବିଭିନ୍ନ ଜିଲ୍ଲାରୁ କାର୍ୟ୍ୟକର୍ତ୍ତା ଯୋଗଦେଇ ସେମାନଙ୍କ ମତ ପ୍ରକାଶ କରିଥିଲେ । ସଂସ୍କାର ଭାରତୀ ଦେଶ ମାତୃ ପାଇଁ କାର୍ୟ୍ୟ କରି କଳା କ୍ଷେତ୍ରରେ ରାଜ୍ୟର ସଂସ୍କୃତି ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ଆଗକୁ ନେବା ପାଇଁ ଏବଂ ଜିଲ୍ଲା ସ୍ତରରେ ସୁଦୃଢ କରିବା ପାଇଁ ସମସ୍ତ କର୍ମକର୍ତ୍ତା ଆଲୋକପାତ କରିଥିôଲେ । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗ୍ରାମକୁ କଳା ଗ୍ରାମ ଭାବରେ ଘୋଷଣା କରିବାକୁ ସଭାରେ ଆଲୋଚନା କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ସଂଯୋଜକ ଭାବରେ ବାସୁଦେବ ସା ଓ ରାୟଗଡା ଜିଲ୍ଲାର କେ. ସୁଶାନ୍ତ ରବିଙ୍କୁ ଦାୟିତ୍ୱ ଦିଆଗଲା । ବଲାଙ୍ଗିର ଜିଲ୍ଲାର ସଭାପତି ବାସୁଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମାତୃଶକ୍ତି ପ୍ରମୁଖ ଜ୍ୟୋତିରାଣୀ ଦାସ, ଚିତ୍ରକଳା ପ୍ରମୁଖ ନମିତା ବଡପଣ୍ଡା, ରଙ୍ଗୋଲି ପ୍ରମୁଖ କୁନି ସା, ସାହିତ୍ୟ ପ୍ରମୁଖ ବିରଞ୍ଚି ନାରାୟଣ ମୁଣ୍ଡ ସଭା ପରିଚାଳନା କରିଥିଲେ । ସୁଧୀର ରଂଜନ ପଣ୍ଡାଙ୍କ ସଂଗୀତ ନିର୍ଦ୍ଦେଶନାରେ କଳାହାଣ୍ଡି ଜିଲ୍ଲାର କଳାକାରମାନେ ଧେୟଗୀତ ସହିତ ଅନ୍ୟାନ୍ୟ ସଂଗୀତ ପରିଚାଳନା କରିଥିଲେ । ସମସ୍ତ ଅତିଥିମାନଙ୍କୁ ସୁବର୍ଣ୍ଣପୁରର କଳାକାମାରମାନେ ନଚନିଆ ନୃତ୍ୟ ପରିବେଷଣ କରି ସ୍ୱାଗତ କରିଥିଲେ । ନାଟକ ପ୍ରମୁଖ ସୁରେନ୍ଦ୍ର ନେଗୀ, ସହ-ମହାମନ୍ତ୍ରୀ ଦିଲ୍ଲିପ ସା ପ୍ରମୁଖ ନିଜ ନିଜ ମନ୍ତବ୍ୟ ପ୍ରଦାନ କରିଥିଲେ । ସର୍ବଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ବନ୍ଦେ ମାତରଂ ଗାନ ପରେ ସଭା ସାଙ୍ଗ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ପ୍ରଭାକର ମିଶ୍ର, ମଳୟ ତ୍ରିପାଠୀ, ପ୍ରଦୀପ ବରାଳ ପ୍ରମୁଖ ବିଶେଷ ଭାବେ ସହଯୋଗ କରି ସଭାକୁ ସଫଳ କରିଥିଲେ ।

Leave A Reply

Your email address will not be published.