ଆଜି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସର୍ବ ଭାରତୀୟ ବିଶ୍ଵବିଦ୍ୟାଳୟର ସଦସ୍ୟତା ଗ୍ରହଣ କରିଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଲା । ବିଜୁ ଛାତ୍ର ଜନତା ଦଳରର ସଭାପତି ଓ କ୍ୟାମ୍ପସ କମିଟିର ବାରମ୍ବାର ଅନୁରୋଧ ପ୍ରଚେଷ୍ଟା ଫଳରେ ଆଜି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସର୍ବ ଭାରତୀୟ ବିଶ୍ଵବିଦ୍ୟାଳୟର ସଦସ୍ୟତା ଗ୍ରହଣ କରିଥିବା ଜଣାପଡିଛି । ଏହା ଫଳରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସ୍ତରୀୟ ସମସ୍ତ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସଙ୍ଗେ ସମସ୍ତ ସୁବିଧା ସୁଯୋଗ ପାଇପାରିବ । ଏଥିପାଇଁ ବିଶ୍ଵବିଦ୍ୟାଳୟର କୁଳପତି, ରେଜିଷ୍ଟର, ପିଜି କାଉନସିଲ ଚେୟାରପର୍ସନ, ତଥା ଡାକ୍ତର ରାଜକିଶୋର ପାତ୍ର (ସ୍ପୋର୍ଟସ୍‌ କାଉନ୍‌ସିଲ ଚେୟାରମ୍ୟାନ୍‌)ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟି । ଏହା ସହ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ କ୍ରୀଡାର ଉନ୍ନତି ହେବା ସହ ଛାତ୍ରଛାତ୍ରୀମାନେ ସୁଫଳ ପାଇପାରିବେ ଏବଂ ବିଶ୍ଵବିଦ୍ୟାଳୟ ସ୍ତରର ଦକ୍ଷତା ଦେଖାଇ ପାରିବେ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.