ସଡ଼କ ଦୁର୍ଘଟଣାରେ ପରିବାରର ୪ ସଦସ୍ୟ ମୃତ

ଢେଙ୍କାନାଳ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣାରେ ପରିବାରର ୪ ସଦସ୍ୟ ମୃତ । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ନିକଟରେ ଘଟିଛି ଏଭଳି ଏକ ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ୨ ଛୁଆଙ୍କର ମୃତ୍ୟୁ ଘଟିଛି । ସମସ୍ତ ମୃତକ ନିକଟସ୍ଥ ଖଙ୍କିରା ଗାଁର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ଦିନବେଳେ ଖଙ୍କିରା ଗ୍ରାମର ସ୍ୱାମୀ-ସ୍ତ୍ରୀ ଓ ତାଙ୍କର ୧୧ ବର୍ଷୀୟା ପୁଅ ଓ ୫ ବର୍ଷୀୟା ଝିଅଙ୍କ ସହ ଏକ ପଲ୍‌ସର୍‌ ବାଇକ୍‌ ଯୋଗେ ନିକଟସ୍ଥ ବନ୍ଧୁ ଘରକୁ ଯାଉଥିଲେ । ସାମ୍ନା ପଟୁ ଆସୁଥିବା ହାଇୱା ଗାଡି ସହ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ନାବାଳକ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହାଇୱା ଡ୍ରାଇଭର୍‌ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଗାଡିକୁ ପୁଲିସ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.