ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତାର ଉନ୍ନତିକରଣ ନିମନ୍ତେ ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୟା ୱେଷ୍ଟ କେନାଲ ସଂଲଗ୍ନ ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ। ଏହା ଦ୍ୱାରା କଟକର ବାରଙ୍ଗ ଏବଂ ଜଟଣୀର ରେତଙ୍ଗ ମଧ୍ୟରେ ସିଧାସଳଖ ସଡ଼କ ସଂଯୋଗ ହୋଇପାରିବ । ଏଥିସହ କଟକ ପୁରୀ ରୋଡଠାରୁ ରବି ଟକିଜ ଏବଂ ଜୟଦେବ ବିହାର ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ଟ୍ରାଫିକ୍ ଭିଡ ନିୟନ୍ତ୍ରଣ କରାଯାଇପାରିବ । ଏ ସଂପର୍କରେ ଏକ ବୈଠକ
SecyChiefଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି କେନାଲ ସଂଲଗ୍ନ ୪ଟି ଷ୍ଟ୍ରେଚରେ ୬ ଲେନ ବିଶିଷ୍ଟ ପ୍ରାୟ ୩୮ କିଲୋମିଟର ଦୈର୍ଘ୍ୟ ରାସ୍ତା ନିର୍ମାଣ କରାଯିବ । ୧ମ ଷ୍ଟ୍ରେଚରେ ୧୩.୭୪ କି.ମି, ୨ୟରେ ୭.୨୯କି.ମି, ୩ୟରେ ୩.୧୬ ଏବଂ ୪ର୍ଥ ଷ୍ଟ୍ରେଚରେ ୧୩.୮୪ କି.ମି ରାସ୍ତା ଉନ୍ନତିକରଣ ହେବ । ସଡ଼କ ସଂଯୋଗ ଦ୍ୱାରା ବିଭିନ୍ନ ସ୍ଥାନ ମଧ୍ୟରେ ଦୂରତ୍ୱ ହ୍ରାସ ପାଇବ । କୂଆଖାଇ ଓ ଦୟାନଦୀ ମଧ୍ୟରେ ଥିବା ଅଂଚଳରେ ଉନ୍ନତିକରଣ ନେଇ ନୂଆ ସମ୍ଭାବନା ସୃଷ୍ଟି ହେବାସହ ବମିଖାଲ, ଜି.ଜି.ପି, ଲକ୍ଷ୍ମୀସାଗର, ପୁରୁଣା ଭୁବନେଶ୍ୱର, କପିଳେଶ୍ୱର, ସୁନ୍ଦରପଦା ଏବଂ ପଟିଆ ଓ ମଞ୍ଚେଶ୍ୱର ରେଳ ଷ୍ଟେସନ ଅଂଚଳକୁ ନିରବଚ୍ଛିନ ଯୋଗାଯୋଗ ସମ୍ଭବ ହୋଇପାରିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.