ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୨ ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ଆଉଟ୍-ପୋଷ୍ଟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗୋଟିଏ ବାଇକରେ ୩ ଜଣ ଯାଉଥିବା ବେଳେ ହଠାତ୍ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବାଇକ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ଥିବାରୁ ଆହତଙ୍କୁ ଭୁବନେଶ୍ୱର ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ବାଣପୁର ଏବଂ ଗମ୍ଭାରୀମୁଣ୍ଡା ପୋଲିସ ଦୁର୍ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.