ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ, ୯ ଜଣ ଯାତ୍ରୀ ଆହତ

ଯାଜପୁର : ଯାଜପୁର ଜିଲ୍ଲା ତଥା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ବାରିପଦାରୁ ଭୁବନେଶ୍ୱର ଯାଉଥିବା ବସ୍‌ ଏକ ଟ୍ରକ୍‌ ସହ ଧକ୍କା ହେବାରୁ ଘଟଣାସ୍ଥଳରେ ବସ୍‌ ଚାଳକଙ୍କର ମୃତ୍ୟୁ ହୋଇଯାଇଛି । ଏହି ଦୁର୍ଘଟଣାରେ ୯ ଜଣ ବସ୍‌ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ପଠାଇ ଦିଆଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି ।

Leave A Reply

Your email address will not be published.