oom

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ

jsmm

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ୬୦ ନମ୍ଵର ଜାତୀୟ ରାଜପଥ ରାଜଘାଟଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ବାଇକ୍ ଆରୋହୀଙ୍କ ଜୀବନ ଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଆରୁହା ଗ୍ରାମର ଅଶୋକ ନନ୍ଦୀ ନାମକ ଜଣେ ବ୍ୟକ୍ତି ଆଜି ସକାଳ ସମୟରେ ଜଳେଶ୍ୱର ଅଞ୍ଚଳକୁ କୌଣସି କାମରେ ଆସିଥିବା ବେଳେ ୬୦ ନମ୍ଵର ଜାତୀୟ ରାଜପଥ ରାଜଘାଟ ଠାରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ । ହେଲେ ଡାକ୍ତର ଅଶୋକଙ୍କୁ ମୃତ ଘୋଷଣା କରିଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.