oom

ବରଗଡ଼ ଭଟଲି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ରୁ ଭଟଲି ରାସ୍ତା ବରଗଡ଼ ପଧାନଟିକ୍ରା ଠାରେ ଆଜି ସକାଳ ୧୧ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ ହୋଇଥିବା ସୂଚନା ମିଳିଛି । ତେବେ ଆଜି ୧୧ଟା ସମୟରେ ବରଗଡ଼ ସହର ଉପକଣ୍ଠ ତେନ୍ତଲା ନିବାସୀ ବୁଲୁ ପଧାନ(୩୮) ନାମକ ଜଣେ ବ୍ୟକ୍ତି ନିଜ ବଜାର କାମ ସାରି ନିଜ ସ୍କୁଟି ଏକ୍ଟିଭା ୫ଜି (ଓଡି୧୭ଆର୍‌୦୫୮୫)ରେ ନିଜ ଘର ତେନ୍ତଲାକୁ ଫେରୁଥିବା ସମୟରେ ବରଗଡ଼ ପଧାନଟିକ୍ରା ଠାରେ ପଛପଟୁ ଏକ ଟେମ୍ପୁ ଦ୍ରୁତଗତିରେ ଆସି ଧକ୍କା ଦେଇ ଚାଲି ଯାଇଥିଲା । ତେବେ ଘଟଣାସ୍ଥଳରୁ ଟେମ୍ପୁ ଚାଳକଟି ଫେରାର ମାରିଥିବା ବେଳେ ସ୍କୁଟି ଚାଳକଟି ପଡି ରହିଥିବା ଦେଖି ସଂକଳ୍ପ ପରିବାରର ସଦସ୍ୟ ତାଙ୍କୁ ନିଜସ୍ୱ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବରଗଡ଼କୁ ପହଞ୍ଚାଇ ଥିଲେ । ତେବେ ତାଙ୍କର ମୁଣ୍ଡ ଏବଂ ଛାତିରେ ଗଭୀର କ୍ଷତ ହୋଇଥିବାରୁ ବିଭାଗୀୟ ଡାକ୍ତର ଭୀମସାର ବୁର୍ଲାକୁ ରେଫର କରିଥିଲେ । ମାତ୍ର ବୁଲୁ ପଧାନର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ବୁର୍ଲ୍ଲା ନନେଇ ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏନେଇ ବରଗଡ଼ ଟାଉନ ଥାନାରେ କେସ୍‌ ନମ୍ବର ୧୦୪/୨୨ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ବିଷୟର ବରଗଡ଼ ଟାଉନ ଥାନା ପକ୍ଷରୁ ସୂଚନା ମିଳିଛି । ତେବେ ବୁଲୁ ପଧାନଙ୍କ ମୃତ୍ୟ ପରେ ତାଙ୍କର ପରିବାରରେ ତାଙ୍କର ସ୍ତ୍ରୀ ଏବଂ ପାଞ୍ଚ ବର୍ଷର ଝିଅ ଅୟୁସି ପଧାନ ସମେତ ମା, ବାପା, ଭାଇ, ଭାଉଜ ରହିଥିବା ବେଳେ ଅତି ଅଳ୍ପ ବୟସରୁ ବୁଲୁ ପଧାନଙ୍କ ଅକାଳ ବିୟୋଗରେ ସାରା ପରିବାରରେ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.