ସଡକ ଦୁର୍ଘଟଣା : ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଖେରୁଆଲ ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ କାର୍‌ଟି ଜଳିଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିବା ପରେ ସର୍ଟ ସାର୍କିଟ ହୋଇ କାରଟି ଜଳିଯାଇଥିବା ସନ୍ଦେହ କରାଯାଉଛି । ତେବେ ଯାତ୍ରୀମାନେ କାରରେ ନିଆଁ ଲାଗିବା ପୂର୍ବରୁ ଯାତ୍ରୀମାନେ ବାହାରକୁ ବାହାରି ଆସିଥିବାରୁ ସେମାନେ ସୁରକ୍ଷିତ ଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି କରିଛି ।

Leave A Reply

Your email address will not be published.