ls

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧ ମୃତ, ୧ ଗୁରୁତର

sb

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ଡୁମୁରୀଗୋଡା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ଏକ ପିଆଜ ବୋଝେଇ ଟ୍ରକ ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ଗୁରୁତର ଥିବା ବ୍ୟକ୍ତିଙ୍କୁ ମେଡିକାଲରେ ଭତ୍ତି କରାଯାଇଥିବା ବେଳେ ଉଭୟଙ୍କ ପରିଚୟ ମିଳିପାରି ନାହିଁ ।

pc pk
Leave A Reply

Your email address will not be published.