om academy

ସଡକ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିନସ୍ଥ ଗଞ୍ଜାମ ସହର ଏଲ୍ଲାମା ମନ୍ଦିର ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ସଡକ ଦୃଘଟଣାରେ ଜୈନେକ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମର ବୃଦ୍ଧା ଲାଞ୍ଚମିଆମ୍ମା ରେଡି (୭୨) । ଖବର ନେବାରେ ଜଣାପଡିଛି ଓଡି୦୭ଏସ-୮୬୧୦ ନମ୍ବର ବିଶିଷ୍ଟ ଏକ ଅଟୋରେ ହୁମ୍ମାରୁ ତିନିଜଣ ନିଜ ଗ୍ରାମ ଅଭିମୁଖେ ଫେରୁଥିବା ବେଳେ କୌଣସି କାରଣବଶତଃ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା । ବୃଦ୍ଧା ଓ ଦୁଇଜଣ ଆହତଙ୍କୁ ଛତ୍ରପୁର ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିବା ବେଳେ ଦୁଇ ଆହତ ବ୍ୟକ୍ତି ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିଲେ ।

Leave A Reply

Your email address will not be published.