oom

ଅଟୋକୁ ପିଟାଲା ଟ୍ରକ : ଦୁଇ ମୃତ, ୨ ଗୁରୁତର

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଲୁହୁରାପାଲି ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିବା ଜଣାପଡିଛି ।

ସୂଚନା ଯୋଗ୍ୟ ଯେ, ଶିଷକେଲା ଗାଁର ମିଠା ବ୍ୟବସାୟୀ ସୁବଲ ସାହୁ, ବଡ଼ମୁଡ଼ିଆ ମାଝୀ, ଦେବାଶିଷ ସାହୁ ଏକ ଅଟୋ ଯୋଗେ ଶିଷକେଲାରୁ କୁଇକେଡା ବଜାରକୁ ମିଠା ବିକ୍ରି କରିବା ପାଇଁ ଯାଉଥିବା ସମୟରେ ଜାତୀୟ ରାଜପଥ ୨୬ ଲୁହୁରାପାଲି ନିକଟରେ ବଲାଙ୍ଗିର ପଟୁ କଳାହାଣ୍ଡିକୁ ଏକ ମାଲ ବୋଝେଇ ଟ୍ରକ ଆସୁଥିବା ବେଳେ ଅଟୋ ସହ ଟ୍ରକ ସାମ୍ନା ସାମ୍ନି ପିଟି ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ମିଠା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମିଠା ବ୍ୟବସାୟୀ ଏବଂ ଟ୍ରକ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ସଇଁନ୍ତଲା ଚିକିତ୍ସାଲୟରେ ଭର୍ତି କରିଛନ୍ତି । ଖବର ପାଇ ପୁଲିସ ଘଟଣା ସ୍ଥାନରେ ପହଁଚି ତଦନ୍ତ କରୁଥିବା ଜଣାପଡିଛି ।

jittmm
Leave A Reply

Your email address will not be published.