ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୨ ଜଣ ମୃତ

ରାୟଗଡ଼ା : ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍କୁଟିରେ ଯାଉଥିବା ମହିଳା ଓ ପୁରୁଷଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲର୍‌ ଧକ୍କା ।ଦଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ସ୍ଥାନୀୟ ଚାନ୍ଦିଲି ଥାନା ପୁଲିସ ମୃତକଙ୍କ ପରିଚୟ କଲ୍ୟାଣସିଙ୍ଗପୁର ବ୍ଲକ କରପା ପଂଚାୟତ ଅନ୍ତର୍ଗତ ପାଣ୍ଡାପଡ଼ା ଗ୍ରାମର ସୁରେନ୍ଦ୍ର ମହାନନ୍ଦିଆ ବୋଲି ଜଣାପଡ଼ିଥିବା ବେଳେ ମହିଳା ଜଣକ ମନୀଷା ବେଗରାଇ ବୋଲି ଜଣାପଡିଛି । ଉଭୟ ହର୍ଷା ଟ୍ରଷ୍ଟ ନାମକ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ବିଷମକଟକ ଠାରେ ଏକ ମିଟିଂରେ ଯୋଗାଯୋଗ ଦେଇ ରାୟଗଡ଼ାକୁ କୌଣସି କାମରେ ସ୍କୁଟି ଯୋଗେ ଫେରୁଥିବା ବେଳେ ରାତ୍ର ସାଢେ ୮ଟା ସମୟରେ ରାୟଗଡ଼ାରୁ ଜେକେପୁର ଅଭିମୁଖେ ଆସୁଥିବା ଏକ ଟ୍ରଲର (ଓଡି ୧୪ଏବି ୨୭୨୨)ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଚାନ୍ଦିଲି ଥାନା ପୁଲିସ ପହଞ୍ଚି ଟ୍ରଲର ଓ ସ୍କୁଟିକୁ ଥାନାରେ ରଖି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.