ମର୍ମଦୁନ୍ତ ସଡକ ଦୁର୍ଘଟଣା, ୨ ମୃତ

ସମ୍ବଲପୁର : ସମ୍ବଲପୁରର ଉପକଣ୍ଠସ୍ଥ ଜୟନ୍ତପୁର ଛକଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ୨ ଜଣ ଭାଇ ମୃତ୍ୟୁବରଣ କରିଛନ୍ତି । ସଦର ପୁଲିସର ସୂଚନାନୁଯାୟୀ, ସକାଳ ପ୍ରାୟ ୯ଟା ସମୟରେ ଏକ ତେଲ ଟ୍ୟାଙ୍କର ଯାଉଥିବା ବେଳେ ଜୟନ୍ତପୁର ଛକ ନିକଟରେ ପଛ ପଟରୁ ଏକ ମୋଟର ସାଇକେଲ ଦ୍ରୁତଗତିରେ ପିଟି ହୋଇଥିଲା । ଏଣୁ ଉକ୍ତ ମୋଟର ସାଇକେଲରେ ଯାଉଥିବା ଯୁଯୁମୁରା ଥାନା ଅର୍ନ୍ତଗତ ଭଣ୍ଡାରିମାଳ ନିବାସୀ ଗୌରୀଶଙ୍କର ବାରିକ (୬୯) ଓ ଅଚ୍ୟୁତାନନ୍ଦ ବାରିକ (୬୨) ଦୁର୍ଘଟଣାର ଶିକାର ହୋଇ ତଳେ ପଡ଼ିଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ଓ ପୁଲିସ ଉଦ୍ଧାର କରି ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସଦର ପୁଲିସ ମାମଲା ରୁଜୁ କରି ଉଭୟ ଟ୍ୟାଙ୍କର ଓ ମୋଟର ସାଇକେଲକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.