oum

ସଡ଼କ ଦୁର୍ଘଟଣା, ବାଇକ ଆରୋହୀଙ୍କ ମୃତ୍ୟୁ

jsm

ଚମ୍ପୁଆ : ରଘୁଆଳ ସାହି ୫୨୦ ନଂ. ଜାତୀୟ ରାଜପଥ ଉପରେ ସଡ଼କ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଘଟଗାଁ ଥାନା ଅନ୍ତର୍ଗତ କୁନ୍ଦାପିଠା ଗ୍ରାମର ସାଗର ନାମକ ଜଣେ ଯୁବକ ବାଇକ୍‌ ଯୋଗେ ଯୋଡ଼ାକୁ ଆସୁଥିବା ବେଳେ ରଘୁଆଳ ସାହି ନିକଟରେ ଏକ ୧୪ ଚକିଆ ଟ୍ରକ୍‌ ପଛପଟୁ ଧକ୍କା ଦେଇ ଫେରାର୍‌ ମାରିଥିବା ଜଣାପଡ଼ିଛି । ତେବେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଖବର ପାଇ ନିର୍ମୁଳି ଫାଣ୍ଡି ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.