ls

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ଗୁରୁତର

sb

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ରେଙ୍ଗାଲ ବେଢ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମଣ୍ଟେକାର୍ଲ କମ୍ପାନୀର ଏକ ହାଇୱା କେନ୍ଦୁଝର ପଟୁ ତୁରୁମୁଙ୍ଗା ଆଡ଼କୁ ଆସୁଥିଲା । ଏହି ସମୟରେ ଏକ ପିଆଜ ବୋଝେଇ ଟ୍ରକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଡ୍ରାଇଭର ଓ ହେଲ୍‌ପର ଗୁରୁତର ଥିବା ଜଣାପଡ଼ିଛି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ତୁରୁମୁଙ୍ଗା ପୋଲିସ ଘଟଣାସ୍ଥଳରେ ପହଂଚି ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

pc pk
Leave A Reply

Your email address will not be published.