ବଲାଙ୍ଗିର, (ରାଜେଶ ଦଣ୍ଡସେନା ) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଦାଇପାଲିର ବାର୍ଷିକ ଉତ୍ସବ ବହୁତ ଧୂମଧାମରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ତଥା ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିରାଣୀ ମିଶ୍ର, କଳ୍ପନା ଗୁଇଁ, ଆଶାମୟୀ ଭୋଇ, ଝରଣାରାଣୀ ପାଣି, ଶିଲା ମହାପାତ୍ରଙ୍କ ସହଯୋଗିତାରେ ଉତ୍ସବଟି ଖୁବ ଶୃଙ୍ଖଳାର ସହିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ କ୍ଲଷ୍ଟର ସି.ଆରସି ନିରାକାର ସାଏ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମଧୁସୂଦନ ମହାଲିଙ୍ଗ, ଉପସଭାପତି ଅନୁଶୟା ମୁଗ୍ରି, ସଦସ୍ୟା ଶାନ୍ତି ନାୟକ, ଏଫ.ଏଲ.ଏନ.ଶିକ୍ଷକ ବୁଦ୍ଧଦେବ ସାହୁ ଇତ୍ୟାଦି ଯୋଗଦାନ କରି ଉତ୍ସବଟିକୁ ସାଫଲ୍ୟ କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶୈକ୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଷ୍ଟମ ଶ୍ରେଣୀ ଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତଗାନ କରାଯାଇଥିଲା । ପରିଚାଳନା ଦାୟିତ୍ଵ ଜ୍ୟୋତିରାଣୀ ମିଶ୍ର କରିଥିବା ବେଳେ ଆଶାମୟୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡ଼ାରେ ଚାମ୍ପିଅନ ଅଷ୍ଟମ ଶ୍ରେଣୀ ଛାତ୍ର ଶ୍ରୀମାନ ପ୍ରୀତମ ଖାଡିଆଙ୍କୁ ଦିଆଯାଇଥିଲା ।
Next Post