
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମର ସଚେତନ ହେମା ଅନୁଷ୍ଠାନ ଦ୍ୱାରା ବ୍ଲକ କଳା ସଂସ୍କୃତି ସଙ୍ଘର ଆନୁକୂଲ୍ୟରେ ମୁଣ୍ଡୋମହୁଲ, ଲେଦ୍ରାପାଳି ପରି ଡ଼ଙ୍ଗର ତଳ ଜାଗାମାନଙ୍କରେ ବଜ୍ରପାତ ଓ ସାପ କାମୁଡା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ରାଜକୁମାର ସାହୁ ପାଣ୍ଡୁଲିପି ପ୍ରସ୍ତୁତ କରିଥିବା ବେଳେ ଦେବାନନ୍ଦ କୁମ୍ଭାର ଓ ସାଥି ବାଦ୍ୟ ଯନ୍ତ୍ର ଓ କାର୍ତିକ ମହାନନ୍ଦ, ମହେନ୍ଦ୍ର ସାହୁ, ରସିକ ବରିହା ଲୋକନାଟ୍ୟ ପ୍ରସ୍ତୁତ କରିଥିଲେ । ବୀଣାକାଳିଆ ରୁପକୁ ଲୋକେ ଖୁବ ପସନ୍ଦ କରିବା ସହିତ ସଚେତନ ହୋଇଥିଲେ ।