ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଅରିନ୍ଦମ ଡାକୁଆ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ । ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ ଅଫିସର୍‌ ଶ୍ରୀ ଡାକୁଆ ପୂର୍ବରୁ କେନ୍ଦୁଝର ଜିଲ୍ଲା ଚଂପୁଆରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ବେଳେ ବଲାଙ୍ଗିର ଓ ନୟାଗଡ଼ରେ ଜିଲ୍ଲାପାଳ ଭାବେ ନିଜର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଦାୟିତ୍ୱ । ଶ୍ରୀ ଶାହା ପୂର୍ବରୁ ବାଲିଗୁଡ଼ାରେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ବେଳେ କୋରାପୁଟ ଓ ଗଜପତିରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ତେବେ ଦୁଇ ଜଣ ଦକ୍ଷ ଓଡ଼ିଆ ଆଇଏଏସ୍‌ ଅଧିକାରୀ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ଆହୁରି ତ୍ୱରାନ୍ୱିତ କରିବାରେ ବେଶ୍‌ ସହାୟକ ହେବେ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.