jayashree

ମା’ ରାମଚଣ୍ଡୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ଗଞ୍ଜାମ ଗସ୍ତରେ ଆସିଛନ୍ତି । ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ପଦାର୍ପଣ କରିଛନ୍ତି । ସେଠାରୁ ମନ୍ଦିର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସଚିବ ଗୋପବନ୍ଧୁ ଦାସଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ମନ୍ଦିର ଭିତରକୁ ପ୍ରବେଶ ହୋଇ ମହାଶକ୍ତି ତ୍ରି-ଶକ୍ତି ସ୍ୱରୂପିଣୀ ଦେବୀ ରାମଚଣ୍ଡୀଙ୍କ ଦର୍ଶନ କରି ଶ୍ରୀ ଦାସ ବିଭୂକୃପା ଲାଭ କରି ଆତ୍ମସନ୍ତୋଷ ବ୍ୟକ୍ତ କରିଛନ୍ତି । ମା’ଙ୍କ ଦର୍ଶନ କରିବା ସହ ପୀଠର ସମସ୍ତ ଅଞ୍ଚଳ ପରିଦର୍ଶନ କରି ଦେଖିଥିଲେ । ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ପାଇଁ ସହଯୋଗ ରହିବା ନେଇ ସଂଯୋଜକ କମଳ ପଣ୍ଡା ସଚିବଙ୍କୁ ଅନୁରୋଧ କରିଥିଲେ । ସଚିବଙ୍କ ଗସ୍ତ ବେଳେ କାର୍ଯ୍ୟକାରୀ ସଭାପତି ବସନ୍ତ ମହାରଣା, ମୋଚିରାମ ପ୍ରଧାନ, ଓଏସଏଲର କାହ୍ନା ରାଓଙ୍କ ସମେତ ଗଞ୍ଜାମ ଆରଆଇ ରବି ପ୍ରଧାନ, ମନ୍ଦିରର ମ୍ୟାନେଜର ସନ୍ତୋଷ ପଣ୍ଡା, ବିଦ୍ୟାଧର ପାଣିଗ୍ରାହୀ, ବୁଡ଼ୁ ନାୟକ ଓ ଅନ୍ୟ ସମସ୍ତ କର୍ମଚାରୀ ଓ ପୂଜକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.