oom

ବୁଣାକାରଙ୍କ ସଚେତନତା ଶିବିର

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସମ୍ବଲପୁରୀ ବସ୍ତ୍ରାଳୟ ସ୍ଥିତ ରଙ୍ଗଘରଠାରେ ବୁଣାକାରମାନଙ୍କୁ ନେଇ ଆଜି ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ହସ୍ତତନ୍ତ ପୁଞ୍ଜି ବିକାଶ ଅନୁଷ୍ଠାନ (ସାଧକ) ଏବଂ ବରଗଡ଼ ଉପନିର୍ଦ୍ଦେଶକ ବୟନଶିଳ୍ପ କାର୍ୟ୍ୟାଳୟର ସହଯୋଗୀତାରେ ଆୟୋଜିତ ଏହି ଶିବିରକୁ ସମ୍ବଲପୁରୀ ବସ୍ତ୍ରାଳୟର ସମ୍ପାଦକ ସମ୍ପୂନାନନ୍ଦ ପ୍ରଧାନ ପରିଚାଳନା କରିଥିଲେ । ଏ ଅବସରରେ ବରଗଡ଼ ବୟନ ଶିଳ୍ପ ଉପନିର୍ଦ୍ଦେଶକ ଶିଶିର କୁମାର ନାଗ, ସିଇଟି ଭୁବନେଶ୍ୱରର ପ୍ରଫେସର ଏଏନ୍‌ ଖଣ୍ଡୁଆଲ, ବରଗଡ଼ ଖେଦାପାଲି ସ୍ଥିତ ଭାରତୀୟ ହ୍ୟାଣ୍ଡଲୁମ ବୈଷୟିକ ପ୍ରତିଷ୍ଠାନର ବରିଷ୍ଠ ଅଧ୍ୟାପକ ଭିକେ ବ୍ୟାସ, ଏନ୍‌ଏଚ୍‌ଡିସି ବରଗଡ଼ର ନିଲମାଧବ ପାତ୍ର ଅତିଥି ଭାବେ ଯୋଗଦାନ କରିଥିଲେ । ଶିବିରରେ ଜିଲ୍ଳାର ବିଭିନ୍ନ ଅଚଂଳରୁ ୫୦ରୁ ଉର୍ଦ୍ଧ୍ୱ ବୁଣାକାର ଯୋଗଦାନ କରିଥିବା ବେଳେ ମାଷ୍ଟର ଟ୍ରେନର ସୁଦର୍ଶନ ଯାଦବ ସେମାନଙ୍କୁ ବିଭିନ୍ନ ପ୍ରକାର ରଙ୍ଗର ପ୍ରୟୋଗ ଏବଂ କେମିକାଲ ରଙ୍ଗର ବିକଳ୍ପ ବ୍ୟବହାର ଉପରେ ଆଲୋକପାତ କରିଥିଲେ । ଶେଷରେ ସାଧକ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଜ୍ୟୋର୍ତିମୟୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.