ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ନାବାଳକ ଓ ସ୍କୁଲ କଲେଜରେ ପାଠପଢୁଥିବା ପିଲାମାନଙ୍କ ଦ୍ୱାରା ଅଧିକାଂଶ ସମୟରେ ସଡକ ଦୁର୍ଘଟଣା ଘଟୁଥିବାରୁ ସେହି ହାରକୁ କମାଇବା ଉଦ୍ଦେଶ୍ୟ ନେଇ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିବା ଜଣାପଡିଛି । ପୋଲିସ ଓ ଆର୍ଟିଓ ବିଭାଗ ପକ୍ଷରୁ ମଝିମଝିରେ ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚ ଚାଲିଥିଲେ ମଧ୍ୟ ଦୁର୍ଘଟଣା ହାର କମୁନଥିବାରୁ ସାଧାରଣ ଜନତା ଓ ସ୍କୁଲ କଲେଜରେ ପଢ଼ୁଥିବା ପିଲା ମାନଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ପିଲାମାନେ କିମ୍ବା ଆଜିକାଲିର ଯୁବପିଢି ହିଁ ସଚେତନ କରାଇ ପାରିବେ ତେଣୁ ସେମାନଙ୍କୁ ନେଇ ଏକ ରାଲି ବାହାର କରି ଜନସାଧାରଣଙ୍କୁ ଟ୍ରାଫିକ୍ ନିୟମ ବୁଝାଯାଇଥିବା ଦେଖିବାକୁ ମିଳିଛି । ସହିଦ ଲକ୍ଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପୋଲିସ, ଆର୍ଟିଓ କର୍ମଚାରୀ ମାନେ କଲେଜରୁ ଏକ ରାଲିରେ ବାହାରି ସହର ପରିକ୍ରମା କରି ଲୋକଙ୍କୁ ଗାଡିର ସିଟବେଲ୍ଟ ପିନ୍ଧିବା, ହେଲମେଟ ବ୍ୟବହାର କରିବା, ଗାଡି ଚଲାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା, ଏହାସହ ବାଇକ ଚାଳକ ମାନଙ୍କୁ ହେଲମେଟ ପିନ୍ଧିବା ଏବଂ କାର ଚାଳକଙ୍କ ପାଇଁ ସିଟ୍ ବେଲ୍ଟ ପରିଧାନ ପାଇଁ ନିବେଦନ କରିବା ସହ ବୁଝାଇଥିଲେ । ଏହି ରାଲିରେ ଆର୍ଟିଓ କର୍ମଚାରୀ, ପୋଲିସ କର୍ମଚାରୀ ଓ କଲେଜର କର୍ମଚାରୀ ଉପସ୍ଥିତ ରହିଥିଲେ ।
Next Post