om academy

ଯାଜପୁରରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ

jsm

ଯାଜପୁର : “ଶିଶୁ ଶ୍ରମ ମୁକ୍ତ ଯାଜପୁର ଜିଲ୍ଲା” ଆମର ସଂକଳ୍ପ । ଏହି ଲକ୍ଷ୍ୟ ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ, ଓଡିଶା ସରକାର ଏବଂ ଶ୍ରମ ବିଭାଗ, ଯାଜପୁର ମିଳିତ ଆନୁକୁଲ୍ୟରେ “ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ”ର ଶୁଭାରମ୍ଭ କରାଯାଇଛି । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ସଚେତନତା ରଥର ପରିକ୍ରମା ଆରମ୍ଭ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ପତାକା ଦେଖାଇ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରିଥିଲେ । ଏହି ରଥ ଯାଜପୁର ସହରାଞ୍ଚଳ ପରିକ୍ରମା କରିବା ସହ ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତି ବିଶେଷଙ୍କୁ ସାବଧାନ କରାଇବା ସହ ଜନସାଧାରଣଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.