ଦୁର୍ନୀତି ନିବାରଣ ସପ୍ତାହ ପାଇଁ ସଚେତନତା ରେଲି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଚଳିତ ମାସ ୨୭ ତାରିଖରୁ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଦ୍ୱିତୀୟ ଦିନ ବିଭାଗ ପକ୍ଷରୁ ଏକ ସଚେତନତା ରେଲିର ଆୟୋଜନ କରାଯାଇଥିଲା । ସରକାରୀ କର୍ମଚାରୀ ଦୁର୍ନୀତି ମୁକ୍ତ ହେଲେ ସମାଜ ତଥା ଦେଶର ପ୍ରଗତିରେ ସହାୟକ ହୋଇପାରିବ ବୋଲି ସଚେତନତା କରାଯାଇଥିଲା । ଅଙ୍ଗନବାଡ଼ି କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ ।

Leave A Reply

Your email address will not be published.