oom

ଟୀକାକରଣ ନିମନ୍ତେ ଘରକୁ ଘର ବୁଲି ସଚେତନତା କାର୍ଯ୍ୟକ୍ରମ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କରୋନା ମହାମାରୀ ଦ୍ୱିତୀୟ ଲହରୀ ଦ୍ଵାରା ବହୁ ଜନଜୀବନ ବିପର୍ୟ୍ୟସ୍ତ ହୋଇପଡିଛି । ବହୁତ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । କିଏ ବାପାମାଆକୁ ହରେଇ ବେସାହାରା ହୋଇଛି ତ କିଏ ବୃଦ୍ଧ ବୟସରେରେ ଭେଣ୍ଡିଆ ପୁଅକୁ ହରେଇ ଭାଙ୍ଗି ପଡ଼ିଛି । କେତେ ଯେ ସ୍ତ୍ରୀଙ୍କ ହାତରୁ ଶଙ୍ଖା ଭାଙ୍ଗିଛି ସିନ୍ଦୂର ଲିଭିଛି କହିବା କଷ୍ଟକର । ସେଥିପାଇଁ ମହାମାରୀରୁ ବଞ୍ଚିବା ପାଇଁ ସରକାରଙ୍କ ତରଫରୁ ଟୀକାକରଣ ବ୍ୟାପକ କରାଯାଉଛି । କିନ୍ତୁ ଗ୍ରାମାଞ୍ଚଳରେ ଗୁଜବକୁ ବିଶ୍ୱାସ କରି ବହୁତ ବ୍ୟକ୍ତି ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯାହାଫଳରେ ଟୀକାକରଣ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇପାରୁନି । ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସଭାପତି ଚୈତନ୍ୟ ରେଡ୍ଡୀଙ୍କ ନେତୃତ୍ବରେ ଅନୁଷ୍ଠାନ ପ୍ରତିଷ୍ଠାତା ଡି ଦେବହରି ରେଡ୍ଡୀ, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ଗୌଡ, ନିରାକାର ମହାରଣା, ବୁଲୁ ମହାରଣା ପ୍ରମୁଖ ତାରିଣୀ ପଲ୍ଲୀ ଗ୍ରାମରେ ଘରକୁ ଘର ବୁଲି ଟୀକା ନେବା ନିମନ୍ତେ ସଚେତନ କରାଇବା ସହ ଆସନ୍ତା ଗୁରୁବାର ଦିନ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଟୀକାକରଣ କାର୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ । ଏହି କାର୍ୟ୍ୟକ୍ରମରେ ବହୁତ ବ୍ୟକ୍ତି ଗୁଜବକୁ ନେଇ ମନରେ ଥିବା ଭୟ ଜନିତ ବହୁ ପ୍ରଶ୍ନ ପଚାରିଥିଲେ ଯାହାକି ସଦସ୍ୟ ମାନେ ବିଭିନ୍ନ ବୈଜ୍ଞାନିକ ତଥ୍ୟ ଦେଇ ଗୁଜବଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ ।

jittmm
Leave A Reply

Your email address will not be published.