କାପସିରେ କୄଷି ସଚେତନତା କାର୍ଯ୍ୟକ୍ରମ

ନୂଆପଡା, (ନିରାକାର ମେହେର) : ସ୍ଥାନୀୟ କାପସି ଗ୍ରାମଠାରେ ସେନ୍‌ଚୁରିଆନ୍ ବିଶ୍ୱ ବିଦ୍ୟାଳୟର କୃଷି ବିଜ୍ଞାନ ଛାତ୍ର ବିକାଶ କୁମାର ମେହେରଙ୍କ ଦ୍ୱାରା କୃଷି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ର ଶ୍ରୀ ମେହେର ଚାଷୀମାନଙ୍କ ସହ ଉନ୍ନତ ଓ ରୋଗମୁକ୍ତ ଚାଷ ପ୍ରଣାଳୀ ବିଷୟରେ ଆଲୋଚନା କରିଥିଲେ । ଫସଲ ରୋଗପୋକ ନିୟନ୍ତ୍ରଣ ଓ ଏହାର ନିରାକରଣ ବିଷୟରେ ଅବଗତ କରିଥିଲେ । ବିଶେଷ କରି ଏଠାକାର ମୁଖ୍ୟ ଚାଷ ଧାନରେ ଦେଖା ଯାଉଥିବା ମହିଷା ରୋଗ, ଗୁନ୍ଧି ରୋଗ ଆଦି ସହ ମକା ଓ ବାଇଗଣ ଚାଷରେ ରୋଗ ନିୟନ୍ତ୍ରଣ ସମ୍ପନ୍ଧରେ ବୁଝାଇଥିଲେ । ଏଥିସହ ପଂଚଗବ୍ୟ ପ୍ରସ୍ତୁତି ପ୍ରଣାଳୀ, ଜୈବିକ ଚାଷ ଓ ଜୈବିକ ଖତର ଉପାଦେୟ ମଧ୍ୟ ଆଲୋଚନା କରାଯାଇଥିଲା । ଛାତ୍ର ଶ୍ରୀ ମେହେରଙ୍କ ଏଭଳି ଉଦ୍ୟମକୁ ଚାଷୀ ମହଳରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.