oom

ଆଇନ ସଚେତନତା କାର୍ଯ୍ୟକ୍ରମ ଉଦ୍‌ଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଉପଲେକ୍ଷ ପଦ୍ମପୁର ଆଇନ ସେବା ପ୍ରାଧୀକରଣ ସମିତି ପକ୍ଷରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ପଦ୍ମପୁର ଏସ୍‌ଡିଜେଏମ୍‌ ବିଚାରପତି ବିଡିଡି ଚନ୍ଦନା ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆଇନଜୀବୀ ଗୌନ୍ତିଆ ସାହୁ, ଶାନ୍ତନୁ ତ୍ରିପାଠୀ, ଆଶିଷ ମିଶ୍ରଙ୍କ ସମେତ ପିଏଲ୍‌ଭିମାନେ ଉପସ୍ଥିତ ଥିଲେ । ପିଏଲ୍‌ଭିମାନେ ପଦ୍ମପୁର ସହର ଭିତରେ ବ୍ୟାନର ଧରି ଏକ ଶୋଭାଯାତ୍ରାରେ ବାହାରି ମାଗଣାରେ ଆଇନ ସେବା ପାଇବା ପାଇଁ ଲୋକଙ୍କୁ ସଚେତନ କରିଥିଲେ । ପରେ ପଦ୍ମପୁର ନିକଟସ୍ଥ ଦେଉଳି ସରକାରୀ ପ୍ରାଥମିକ ସ୍କୁଲରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଆଇନ ସେବା ପ୍ରାଧୀକରଣ ସମିତି ମାଧ୍ୟମରେ ଲୋକେ କିପରି ମାଗଣାରେ ଆଇନ ସହାୟତା ପାଇ ପାରିବେ ସେହି ବିଷୟରେ ଆଲୋଚନା କରାଯାଇଥିଲା । ଏହି ଶିବିରରେ ଗ୍ରାମର ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ଏହି ଶିବିରରେ ଶାନ୍ତନୁ ତ୍ରିପାଠୀ, ଆଶିଷ ମିଶ୍ର, ସିପୁନ ପାଣିଗ୍ରାହୀ, କିର୍ତ୍ତି ସାହୁ, ପ୍ରସନ୍ନ ମହାନନ୍ଦ, ରମେଶ ଜାଲ, ସୂର୍ଯ୍ୟକାନ୍ତ ମହାନ୍ତି, ଜଗନ୍ନାଥ ଲୁହାର, ଆନନ୍ଦ ପ୍ରଧାନ, ଅନନ୍ତ ପ୍ରଧାନ, ଶଶିଭୂଷଣ ଦାସ, ମୀନକେତନ ମେହେର, ନିରୋଜ ଦୋରା, କୌଲାସ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.