oom

ଏଚ୍‌ଆଇଭି, ଟିବି ଓ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ

jsmm

ଦେଓଗାଁ, (ମନିଷ କୁମାର ସାହୁ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଏଡ୍‌ସ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷ ବଲାଙ୍ଗିର ଆନୁକୁଲ୍ୟରେ ଜରାସିଂହା ଊଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡ୍‌ ରବିନ କ୍ଳବ ଦ୍ୱାରା ନିଉ ଇଣ୍ଡିଆ ଏଟ୍‌ ୭୫ର ଏଚ୍‌ଆଇଭି, ଟିବି ଓ ରକ୍ତଦାନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ଅଚ୍ୟୁତରାମ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ସଂଯୋଜନା କରିଥିଲେ । କାଉନ୍‌ସେଲର ଅଧ୍ୟାପକ ଦୁର୍ବାଦଳ ଘିବେଲା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କାର୍ତିକ ମେହେର, ଲିଲିମା ସାମଲ, ଦତ୍ତାତ୍ରେୟ ଥନାପତି, ରାଜା ମେହେର, ସୁଜାତା ସାହୁ, ବୀଣାପାଣି ଭଣ୍ଡା, ରବିନା ନାଗ, କନିକା ଦୀପ, ଭୀମ ମେହେର, ମେହକାରାଣୀ ବାରିକ, ରିତୁ ହରପାଲ, ଗିରିଜାଶଙ୍କର ଥନାପତି, ପଂଚାନନ ନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଧୋବାଇ ଚରଣ ପଟେଲ, ଗୋବିନ୍ଦ ମେହେର, ପ୍ରଶାନ୍ତ କୁମାର ଥନାପତି, ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.