oum

ବିନିକା ବ୍ଲକସ୍ତରୀୟ ଜେଆର୍‌ସି ସଚେତନତା ଅଭିଯାନ

jsm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ମହଦା ଜଗନ୍ନାଥ ହାଇସ୍କୁଲ ପ୍ରାଙ୍ଗଣରେ ଏକ ଦିବସୀୟ ବ୍ଲକସ୍ତରୀୟ ଜୁନିଅର ରେଡକ୍ରସ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ ଅଭିଯାନରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରି ଅଭିଯାନକୁ ଉଦ୍‌ଘାଟନ କରିଥିଲେ ଏବଂ ଜୁନିଅର ରେଡକ୍ରସର ମାନବୀୟ ସେବାରେ ସମସ୍ତ ପରାମର୍ଶଦତା ମାନେ ଉଦ୍‌ବୁଦ୍ଧ ହେବାକୁ ମତବ୍ୟକ୍ତ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଅନନ୍ତ ନାରାୟଣ ପ୍ରସାଦ ସିଂଦେଓ ଭବ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ପ୍ରାକ୍ତନ ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ଜିଲ୍ଲା ଜୁନିଅର ରେଡକ୍ରସ କମିଟିର ଭାଇସଚେୟାରମ୍ୟାନ ପ୍ରମୋଦ କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନେ କିଭଳି ଜୁନିଅର ରେଡକ୍ରସ ୟୁନିଟରେ ବହୁ ସଂଖ୍ୟାରେ ଭାଗ ନେବେ ଓ ନିଜ ନିଜର ବ୍ୟକ୍ତିତ୍ୱ ବିକାଶ କରିବେ ସେ ଦିଗରେ ପରାମର୍ଶଦାତା ମାନେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ମହଦା ସରପଂଚ ଭୀମସେନ ସିଂଦେଓ, ମକରଧ୍ୱଜ ଚୌଧୁରୀ, ନିର୍ମଲ ଷାଣ୍ଡ, ବ୍ରଜମୋହନ ସା, କୁହିବାହାଲ ହାଇସ୍କୁଲ ପ୍ରଧାନଶିକ୍ଷକ ମୁରଲୀଧର ବିଶ୍ୱାଲ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ । ବରିଷ୍ଠ ସାଧନକର୍ମୀ ଚନ୍ଦ୍ରମଣି ବାଘ ସଂଯୋଜନା କରିଥିଲେ । ଆଗାମୀ ଦିନରେ ବ୍ଲକ ତଥା ଜିଲ୍ଲାର ସମସ୍ତ ହାଇସ୍କୁଲ ଏବଂ ଅପର ପ୍ରାଇମେରୀ ସ୍କୁଲରେ ୬ଷ୍ଠ ଶ୍ରେଣୀରୁ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ରେଡକ୍ରସର ସପ୍ତନୀତିରେ ବ୍ରତୀ କରାଯାଇ ସେମାନେ କିଭଳି ଭବିଷ୍ୟତରେ ସମାଜରେ ସ୍ୱେଚ୍ଛାକୃତ ଭାବରେ ମାନବୀୟ ସେବା ପ୍ରଦାନ କରିବାରେ ସକ୍ଷମ ହେବେ ସେ ଦିଗରେ ଜୁନିଅର ରେଡକ୍ରସ କାର୍ଯ୍ୟ ସଂପାଦନ କରିବାକୁ ଅତିଥି ଏବଂ ପରାମର୍ଶଦାତାମାନେ ମତବ୍ୟକ୍ତ କରିଥିଲେ । ବିନିକା ବ୍ଲକ ଅନ୍ତର୍ଗତ ୨୩ଟି ହାଇସ୍କୁଲର ଜୁନିଅର ରେଡକ୍ରସ ପରାମର୍ଶଦତା ମାନେ ଅଭିଯାନରେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ସାଧନ କର୍ମୀ ହୃଷିକେଶ ଡାଙ୍ଗ, ତପସ୍ୱିନୀ ଦାଶ, ଶେଷଦେବ ଛତ୍ର ପ୍ରମୁଖ ରେଡକ୍ରସର ଆନ୍ଦୋଳନ, ଜୁନିଅର ରେଡକ୍ରସର ସେବାମୂଳକ କାର୍ଯ୍ୟକ୍ରମ, ପ୍ରାଥମିକ ଚିକିତ୍ସା, ସଡକ ସୁରକ୍ଷା ସଂପର୍କିତ ରକ୍ଷକ ଯୋଜନାର ଉପଯୋଗିତା ବିଷୟରେ ଶିବିରାର୍ଥୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ମହଦା ହାଇସ୍କୁଲର ବରିଷ୍ଠ ଶିକ୍ଷକ ସୁଶିଲ ବିଶି ସ୍ୱାଗତ ଅଭିଭାଷଣ ଦେଇଥିଲେ । ଅତିଥିବୃନ୍ଦ ଗ୍ରାମର ଅବହେଳିତ ପରିବାରକୁ ରେଡକ୍ରସ ତରଫରୁ କମ୍ବଳ ବଣ୍ଟନ କରଥିଲେ । ବିନିକା ବିସିସି ତଥା ମହଦା ହାଇସ୍କୁଲର ଜୁନିଅର ରେଡକ୍ରସ ପରାମର୍ଶଦାତା ପବିତ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.