ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ପରିବେଶ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ଓ ଜମୁନାନାକୀ ସ୍ଥିତ ସାଇଭେଲି ୱାଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ ମେନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜୀର ମିଳିତ ଆନୁକୂଲ୍ୟରେ ଏକ ପରିବେଶ ସଂପର୍କୀତ ସଚେତନତା ଶିବିର ଉକ୍ତ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ ଗଣେଶ୍ୱର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ଶୁଭେନ୍ଦୁ ପଣ୍ଡା ମୁଖ୍ୟଅତିଥି ଓ ପରିବେଶବିତ୍ ସୁଶ୍ରୀ ସସ୍ମିତା ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପରିବେଶ ସୁରକ୍ଷା ସଂପର୍କରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ପରିବେଶ ସୁରକ୍ଷିତ ରହିଲେ ଜୀବଜଗତର ସୁରକ୍ଷା ହୋଇ ପାରିବ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀଙ୍କ ସମେତ ରୋଟାରୀଆନ ସର୍ବଶ୍ରୀ ପ୍ରଶାନ୍ତ ରଂଜନ ପାତ୍ର, ବି.କେ ତନ୍ତୀ, ଅନିତା ନାୟକ, ସଂପାଦକ ଡ. ସଂଯୁକ୍ତା ପତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଭାପତି ରୋଟାରୀଆନ ଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ଲକ୍ଷ୍ମୀ ବେଉରା ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସଂପାଦକ ରୋଟାରୀଆନ ଡ. ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଅତିଥି ଡ. ପଣ୍ଡା ଓ ମୁଖ୍ୟବକ୍ତା ସୁଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବହୁ ସଂଖ୍ୟାରେ ବିବିଏ, ବିସିଏ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ପ୍ରଫେସର ରୀୟା ମୁଖାର୍ଜୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.