ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ବଲାଙ୍ଗିର ସଦର ବ୍ଲକ କୁଡ଼ାସିଂହା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ମଧ୍ୟ ଏହି ଜି୨୦ ଇଣ୍ଡିଆ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କୁଡ଼ାସିଂହା ସିଆର୍ସିସି ଡ଼ୋଲାମଣି ଭୋଇ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଲକ୍ଷ୍ୟ, ଉଦ୍ଦେଶ୍ୟ, କୌଶଳଗୁଡ଼ିକ ଏବଂ ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ, ପିତାମାତା, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ପଞ୍ଚାୟତିରାଜ ସଦସ୍ୟଙ୍କ ବିଭିନ୍ନ ଦାୟିତ୍ୱ ଓ ଭୂମିକା ବିଷୟରେ ଅତିଥିମାନେ ମତ ପ୍ରଦାନ କରିଥିଲେ । ଉପସ୍ଥିତ ଥିବା ସଦସ୍ୟମାନେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା ଉପରେ ନିଜସ୍ୱ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁଡ଼ାସିଂହାର ଛାତ୍ରଛାତ୍ରୀଙ୍କ ସହ ପିତାମାତା, ଅଭିଭାବକ, କୁଡ଼ାସିଂହା କ୍ଲଷ୍ଟରର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ପଞ୍ଚାୟତିରାଜ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।