ଦେଓଗାଁ ବ୍ଲକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକ ଅର୍ନ୍ତଗତ ବ୍ରାହ୍ମଣୀଯୋର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ମିଳିତ ସହଯୋଗରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଜି୨୦ ଅର୍ନ୍ତଗତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଏକ ଜନ ଭାଗୀଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ସିଆର୍‌ସିସି ମଣ୍ଟୁ ସାମଲ ସଭା ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ରତନ ମେହେରଙ୍କ ସହ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ଦଣ୍ଡସେନା, ହରେକୃଷ୍ଣ ମାଝୀ, ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ମଞ୍ଜୁଳତା ବାଗ, ସହଯୋଗୀ ଶିକ୍ଷକ, ଦେବଦତ୍ତ ଦ୍ୱିବେଦୀ, ସଦାନନ୍ଦ ନାଏକ, ପ୍ରଦୀପ ଛତ୍ରିଆ, ଜ୍ୟୋତି ମହାଲିଙ୍ଗ, ମାନସ ଭୋଇଙ୍କ ସହ ଅଭିଭାବକ ଓ ଛାତ୍ର, ଛାତ୍ରୀମାନେ ଉପସ୍ଥିତ ରହିଥିଲେ । ସେହିପରି ଦେଓଗାଁ କ୍ଲଷ୍ଟର କଛାରପାଲି ସହ ବ୍ଲକର ସମସ୍ତ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.