ଦୁର୍ନୀତି ‌ନିବାରଣ ସଚେତନତା ସପ୍ତାହରେ ସାଇକେଲ ରାଲି

ବରଗଡ଼, (ନିରୋଜ କୁମାର ପାଣୀ) : ରାଜ୍ୟରେ ଦୁର୍ନୀତି ‌ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ‌ନିବାରଣ ବିଭାଗ ପକ୍ଷରୁ ଏହି ଅବସରରେ ବରଗଡ଼ ଜିଲ୍ଲାରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଜନସଚେତନତା ସୃଷ୍ଟି କରାଯାଉଛି । ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସଚ୍ଚୋଟତର ଶପଥ ପାଠ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଲିରେ ସହର ପରିକ୍ରମା, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଆଦି ଆୟୋଜନ ହୋଇଥିଲା । ଜନସଚେତନତା ସୃଷ୍ଟି କରିବା ପାଇଁ ପଞ୍ଚାୟତ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ସହକର୍ମୀମାନେ ଏକ ସାଇକେଲ ଶୋଭାଯାତ୍ରା ବରଗଡ଼ ଟାଉନ ଥାନାରୁ ବାହାରି ସହର ପରିକ୍ରମା କରିଥିଲେ । ପଞ୍ଚାୟତ କଲେଜ ଅଧ୍ୟକ୍ଷ ପତିତପାବନ ସାହୁ ଏହାକୁ ଉଦ୍‌ଘାଟନ କରିବା ସହ ନିଜେ ମଧ୍ୟ ଏହି ସାଇକେଲ ରାଲିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.