oom

କରଣବାହଲି ଗ୍ରାମ ପଞ୍ଚାୟତଠାରେ ଡାଇରିଆ, ଡେଙ୍ଗୁ, ମ୍ୟାଲେରିଆ ରୋଗ ଲକ୍ଷଣ ସୁଧାର ନେଇ ସଚେତନତା ରାଲି

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କରଣବାହଲି ଗ୍ରାମ ପଞ୍ଚାୟତଠାରେ ଜଳବାହିତ ରୋଗ ନିରାକରଣ ନେଇ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ମାଝୀ, କରଣବାହଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଉଦିତ ନାରାୟଣ ଖର୍ସେଲ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ କିଶୋର ଚନ୍ଦ୍ର ନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ କ୍ଷୀତିସୁତା ବାଗ, ଆଶା କର୍ମୀ ସୁନୀତା ଭଇଶାଲ, ଅଙ୍ଗନୱାଡି କର୍ମୀ ଲୀଳାବତୀ ସାଗର, ଯମୁନା ବାଗ, ବିନତା ମହାନନ୍ଦ, ଅନ୍ୟ ଅଙ୍ଗନୱାଡି କର୍ମୀ ଓ ୱାର୍ଡ ମେମ୍ବର ସଭ୍ୟ ସଭ୍ୟାମାନେ ମଧ୍ୟ ଯୋଗ ଦେଇଥିଲେ ଏବଂ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ନିଜ ଚତୁର୍ପାଶ୍ଵ ସ୍ଵଚ୍ଛ, ନିର୍ମଳ ରଖିବା, ନଳକୂପ ଜଳ ପାନ କରିବା, ଗୋଟିଏ ସ୍ଥାନରେ ପାଣି ବହୁ ଦିନ ଜମା ନ ରଖିବା ପାଇଁ ସଚେତନ କରିଥିଲେ ।

jittmm
Leave A Reply

Your email address will not be published.