
ଭୁବନେଶ୍ୱର, (କେପିଏନ୍ଏସ୍) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିପ୍ରେକ୍ଷୀରେ ଅଂଶୁଘାତ ପ୍ରତି ସଚେତନ ରୁହନ୍ତୁ । ଅଂଶୁଘାତରେ ପୀଡିତ ବ୍ୟକ୍ତିଙ୍କୁ ଛାଇ ଜାଗାରେ ଶୁଆଇ ରଖନ୍ତୁ । ଓଦା କନା କିମ୍ବା ଗାମୁଛାରେ ପୋଛିବା ସହ ଆବଶ୍ୟକ ସ୍ଥଳେ ମୁଣ୍ଡରେ ଥଣ୍ଡା ପାଣି ଢାଳନ୍ତୁ । ଓଆର୍ଏସ, ତୋରାଣୀ, ଲେମ୍ବୁପାଣି ବା ଦହି ସରବତ ପିଆନ୍ତୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।