କାର୍ଯ୍ୟସ୍ଥଳରେ ମହିଳାମାନଙ୍କୁ ଯୌନ ଉତ୍ପୀଡନ ଓ ସାମାଜିକ କଲ୍ୟାଣ ଯୋଜନା ଅନ୍ତର୍ଗତ ଗଡିଲା ସଚେତନତା ରଥ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ମହିଳାମାନେ କାର୍ଯ୍ୟ ସ୍ଥଳୀରେ ବିଭିନ୍ନ ନିର୍ଯ୍ୟାତନା ତଥା ଉତ୍ପୀଡନର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲୋକ ବିକାଶ ଅଭିଯାନ, ଜନ ଜାଗରଣ ଓ ଏକ୍ସନ୍ ଏଡ ପକ୍ଷରୁ ଏକ ଶ୍ରମିକ ପାଠଶାଳା ତଥା ସଚେତନତା ରଥ ସୋମବାର ସକାଳ ୧୧ ଟାରେ ଉଦଘାଟିତ ହୋଇଯାଇଛି । ଯେଉଁଥିରେ ଶିଶୁ, ମହିଳା, ଶ୍ରମିକମାନେ ଯଦି ଏଭଳି ସମସ୍ୟାର ସମ୍ମୁୀଖିନ ହେଲେ ଏଲସିସି ଆଇସିସି କମିଟିର ସଦସ୍ୟମାନଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି । ଏହି ସଚେତନତା ରଥ ଲୋକାର୍ପଣ ଅବସରରେ ଟିଟିଲାଗଡ ଗୋଷ୍ଠୀ ଅଧିକାରୀ ଚନ୍ଦ୍ରମଣି ନାଗ, ସିଡିପିଓ ଶ୍ରୀମତୀ ସୁଷମା ପାଢ଼ୀ, ଟିଟିଲାଗଡ ବଣିକ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋଏଲ ପ୍ରମୁଖ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ତିନି ଦିନ ଧରି ଟିଟିଲାଗଡ ଓ ମୁରିବାହାଲ ବ୍ଲକ ବୁଲି ଲୋକଙ୍କୁ ସଚେତନ କରାଇବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଏକ୍ସନ ଏଡର ମୁରଲୀ ଚରଣ ଦାଶ, ଭୂପେନ୍ଦ୍ର ରଣା, ସଞ୍ଜୀବ ରଣା, ପରମେଶ୍ୱର ରଣା, ପ୍ରେମ ଲାଲ ମାଝୀ, ସନ୍ତୋଷ ଦଳପତି ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.