ଆପୋଲୋ ହସ୍ପିଟାଲ ପକ୍ଷରୁ କିଡନୀ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ କିଡନୀ ଦିବସରେ ଆପୋଲୋ ହସ୍ପିଟାଲ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନର ୱାକାଥନ ମାଧ୍ୟମରେ ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ସଚେତନତା ଶୋଭାଯାତ୍ରା ହସ୍ପିଟାଲ ପରିସରରୁ ବାହାରି ଆମ୍ବାଗାନ ଛକ ପରିକ୍ରମା କରି ପୁନର୍ବାର ହସ୍ପିଟାଲରେ ପହଞ୍ଚିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ହସ୍ପିଟାଲ ପରିସରରେ ଏକ ଭାବ ବିନିମୟ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହସ୍ପିଟାଲର ମୁଖ୍ୟ ଡାକ୍ତର ଅଖିଳ ଜୈନ, ମେଡିକାଲ ଅଧିକ୍ଷକ ଡାକ୍ତର ଅରବିନ୍ଦ ସାମଲ, ନେଫ୍ରୋଜୋଲିଷ୍ଟ ଡାକ୍ତର ୟୁ ସିଂ ସାହୁ, ଡାକ୍ତର ଅଂଶୁମାନ ଦାସ, ଡାକ୍ତର ଅଭିଜିତ ସାମଲ, ଡାକ୍ତର ଦେବାଶିଷ ପଟ୍ଟନାୟକ, ଡାକ୍ତର ମିଲନ କୁମାର ଶତପଥୀ, ଡାକ୍ତର ଦିପ୍ତୀରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କିଡନୀ ରୋଗର ଲକ୍ଷଣ, ଏହାର ନିରାକରଣ, ସୁରକ୍ଷିତ ଡାଏଲେସିସ ବ୍ୟବସ୍ଥା, ଜରୁରୀକାଳୀନ ଚିକିତ୍ସା ଏବଂ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ରୋଗୀ ଓ ଜନସାଧାରଣଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଡାକ୍ତରମାନେ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ଅଧିକାରୀ, କର୍ମଚାରୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.