ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ଓ ରିମ୍ସ ରୋଟ୍ରାକ୍ଟ କ୍ଲବର ମିଳିତ ଆନୁକୂଲ୍ୟରେ ରିମ୍ସ ପରିସରରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ୟୟ ସମୟରେ କିପରି ନିଜକୁ ସୁରକ୍ଷିତ ତଥା ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା, ନିଜ କର୍ତ୍ତବ୍ୟକୁ କିପରି ସୂଚାରୁ ରୂପେ ତୁଳାଇବା ସେ ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଇଥିଲା । ସାଧାରଣତଃ ବନ୍ୟା, ଭୂମିକମ୍ପ, ବାତ୍ୟା, ଅଗ୍ନି ବିତ୍ପାତ ଆଦି ସମୟରେ କିପରି ନିଜକୁ ତଥା ସମାଜକୁ ସୁରକ୍ଷିତ ରଖିବା, ଏଥିପାଇଁ କିପରି ପୂର୍ବ ପ୍ରସ୍ତୁତି, ନାଗରିକ ସଚେତନତା, ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇଂ. ପୁନିତ ମିଶ୍ର ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ । ଏହି ଅବସରରେ ୮୨ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କନୱଲ ବର୍ମାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିମ୍ସ ୟୁଜି ବିଭାଗର ଅଧ୍ୟକ୍ଷ ଡ. ସୁବ୍ରତ ପ୍ରସାଦ ପଟ୍ଟନାୟକ, ଏମବିଏ ବିଭାଗର ଏଚ୍‌ଓଡି ଡ. ସିଦ୍ଧାର୍ଥ ପ୍ରଧାନ, ରୋଟ୍ରାକ୍ଟ ଗାଇଡ ଶିକ୍ଷକ ଗାୟତ୍ରୀ କୁରୁପ, ରୋଟ୍ରାକ୍ଟ ସଭାପତି ପ୍ରିତୀ ପ୍ରଜ୍ଞା ପଣ୍ଡା, ସମ୍ପାଦକ ବିଶାଳ ଜୈଶ୍ୱାଲ ଓ ଷ୍ଟିଲ ସିଟି ତରଫରୁ ରୋଟ୍ରାକ୍ଟ କ୍ଲବର ଅଧ୍ୟକ୍ଷା ରୋଟାରୀଆନ ସନ୍ଧ୍ୟା ସାହୁ, ରୋଟାରୀଆନ ରଶ୍ମି ମିଶ୍ର, ରୋଟାରୀଆନ ଦିଲ୍ଲୀପ ଭୁଇ, ରୋଟାରୀଆନ ସନ୍ଧ୍ୟା ବରାଳ, ରୋଟାରୀଆନ ନିବେଦିତା ମହାନ୍ତି, ରୋଟାରୀଆନ ନମିତା ଆଚାର୍ଯ୍ୟ, ରୋଟାରୀଆନ ଟୁନି ଦେବୀ ସାହୁ ଓ ଝେଲମ ନାୟକ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରୋଟ୍ରାକ୍ଟ ଅଧ୍ୟକ୍ଷା ସନ୍ଧ୍ୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.