jayashree

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ଏଚ୍‌ଆଇଭି ଓ ମାତୃ ଶିଶୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ସଭା ପ୍ରକୋଷ୍ଠରେ ଓଡ଼ିଶା ସରକାଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅଧ୍ୟକ୍ଷ ଡକ୍ଟର ଲଲିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଏଚ୍ଆଇଭି ଓ ମାତୃ-ଶିଶୁ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ୍ ଓ ରେଡ ରିବନ୍ କ୍ଳବ୍‌ର ସଂଯୋଜକ ପ୍ରାଧ୍ୟାପକ ବିଦ୍ୟାଧର ଦାଶ ପ୍ରାରମ୍ଭିକ ସୂଚନା ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉପଖଣ୍ଡ ଚିକିତ୍ସାଳୟ, ପଦ୍ମପୁରର ଆଇସିଟିସିର ସଂଯୋଜକ ଚିନ୍ତାମଣି ପଣ୍ଡା ଏବଂ ବରଗଡ ଜିଲ୍ଲା ଆହାନା- ପିପିଟିସିଟିର କ୍ଷେତ୍ର ଅଧିକାରୀ ଡକ୍ଟର ଅକ୍ଷୟ କୁମାର ପଶାୟତ ଏଚ୍‌ଆଇଭି ନିରାକରଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଯୁବ ରେଡକ୍ରସ୍ ଓ ରେଡ୍‌ ରିବନ କ୍ଲବ୍‌ର ସ୍ଵେଚ୍ଛାସେବୀ ଛାତ୍ର ଚନ୍ଦନ ସାହୁ, ଅଜିତ ରଣା, ସୁନିଲ ମେହେର, ସିଦ୍ଧାର୍ଥ ଶଙ୍କର ଦାଶ, ଛାତ୍ରୀ କୁମାରୀ ହିତେଶ୍ୱରି ବରିହା, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦିଶ୍ରୀ, ଗାୟତ୍ରୀ କୁମ୍ଭାର, ଲିଜା ବିଶି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ । ସମସ୍ତ ଅଧ୍ୟାପକ- ଅଧ୍ୟାପିକା ଓ ଶତାଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପରିଶେଷରେ ଯୁବ ରେଡକ୍ରସର ଅନ୍ୟତମ ସଂଯୋଜକ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥଲେ ।

Leave A Reply

Your email address will not be published.