ହସ୍ତତନ୍ତ କ୍ଷେତ୍ରରେ ବ୍ୟବସାୟ ସୁଯୋଗ ଓ ସାଇବର ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ

  • ହସ୍ତତନ୍ତ କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲ୍ଲାର ଆହୁରି ସୁନାମ ହେଉ : ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ହସ୍ତତନ୍ତ କ୍ଷେତ୍ରରେ ବ୍ୟବସାୟ ସୁଯୋଗ ଓ ସାଇବର ସୁରକ୍ଷା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି । ସ୍ଥାନୀୟ ସଂସ୍କୃତି ଭବନ ଠାରେ ରପ୍ତାନି, ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ, ଭାରତ ସରକାର, ଏମ.ଏସ.ଏମ.ଇ ବିଭାଗ, ଓଡ଼ିଶା ସରକାର ଓ ସୁବର୍ଣ୍ଣପୁର ଜିଲ୍ଲାର ମମତା ଡୋରି ଅନୁଷ୍ଠାନର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟେକ୍ସଟାଇଲ୍ କ୍ଷେତ୍ରରେ ଆମ ଜିଲ୍ଲାର ନାଁ ରହିଛି, ଏହି କ୍ଷେତ୍ରରେ ବ୍ୟବସାୟର ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ରହିଛି, ତେଣୁ ସାରା ଭାରତରେ ବିଶ୍ଵରେ ଆମ ଜିଲ୍ଲାର ଆହୁରି ସୁନାମ ଆଣିବାକୁ ସମସ୍ତେ ପ୍ରୟାସ କରିବାକୁ ଜିଲ୍ଲାପାଳ ପରାମର୍ଶ କରିଥିଲେ । ଏଥିରେ ତୁଷାରକାନ୍ତ ପଣ୍ଡା ଡି.ଇ.ପି.ଏମ, ଏମ.ଏସ.ଏମ.ଇ ବିଭାଗ, ଓଡ଼ିଶା ସରକାର, ପ୍ରଦୀପ୍ତ ଦାଶ, ରାଜ୍ୟ ପ୍ରଭାରୀ, ହସ୍ତତନ୍ତ କମିଟି, ହସ୍ତତନ୍ତ ମନ୍ତ୍ରଣାଳୟ, ଭାରତ ସରକାର, ବୈଷ୍ଣବ ଦାଶ, ନ୍ୟାୟିକ ମୁଖ୍ୟ, ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ହସ୍ତତନ୍ତ କାର୍ଯ୍ୟାଳୟ ସୋନପୁର ଓ ସୋନପୁର ସ୍ଥିତ ମମତା ଡୋରି ଅନୁଷ୍ଠାନର ନିର୍ଦ୍ଦେଶିକା ମମତା ଦାସ ଓ କମଲ କୁମାର ସାହୁ, ଏଫ୍.ଆଇ.ଇ.ଓ ମୁଖ୍ୟ, ଓଡ଼ିଶା ଚାପ୍ଟର ଏମ.ଓ.ସି, ଭାରତ ସରକାର, ଆଶୁତୋଷ ହୋତା, ଶୁକ୍ଳାମ୍ବର ପାଣିଗ୍ରାହୀ ଓଏଏସ୍‌ଏମ୍‌ଆଇ ଙଇଝଗକ୍ଷ ସଭାପତି ସୁବର୍ଣ୍ଣପୁର ଜିଲ୍ଲା, ସିଦ୍ଧେଶ୍ୱର ମିଶ୍ର ଓଏଏସ୍‌ଏମ୍‌ଆଇ ସଭାପତି ବଲାଙ୍ଗିର, ସଂସ୍କୃତି ଗବେଷକ ଚୌଧୁରୀ ବିଭାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।। ଏହି ସଚେତନତା ସଭାରେ ସୁବର୍ଣ୍ଣପୁର ଜିଲ୍ଲାରେ ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ପର୍ଯ୍ୟାପ୍ତ ବ୍ୟବସାୟିକ ସୁଯୋଗ ଥିବା ଓ ସାଇବର ସୁରକ୍ଷା ଉପରେ ଅତିଥି ମାନେ ମତ ରଖିଥିଲେ । ଏହି ଅବସରରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ନୂତନ ଏସଡିପିଆରଓ ମିସ୍ ସୁନାଙ୍କ ସମେତ ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଓ ବ୍ୟବସାୟୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.