ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସକାଳ ୧୧ଟା ସମୟରେ ଅତି ଆକର୍ଷଣୀୟ ଭାବେ ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ଟିଟିଲାଗଡ ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ଏସ ଡି ପି ଓ ଯଶୋବନ୍ତ ନାରାୟଣ ପ୍ରଧାନ, ତହସିଲଦାର ଶୁଭାଶିଷ ଶତପଥୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ, ବଲାଙ୍ଗିର ସାଇବର ସେଲ ଥାନା ଅଧିକାରୀଣୀ, ଟିଟିଲାଗଡ ଥାନା ଅଧିକାରୀ ଶ୍ରୀମତି କଲ୍ୟାଣୀ ବେହେରା, ସମ୍ବଲପୁରି ରକ ଷ୍ଟାର ରୁକୁ ସୁନା ପ୍ରମୁଖ ମଞ୍ଚାସିନ ହେବାପରେ ପ୍ରଥମେ ଭଗବାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ସଞ୍ଜୀବ ତ୍ରିପାଠୀ । ପ୍ରଥମେ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ କଣ୍ଠ ଶିଳ୍ପୀ ନିରାକାର ସାହୁ, ତାପରେ ମଙ୍ଗଳା ଚରଣ ପରିବେଷଣ ପରେ ଅତିଥିଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରି ଫୁଲତୋଡ଼ା ଓ ବ୍ୟାଚ୍ ପିନ୍ଧାଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ଅତିଥିମାନେ ସାଇବର କ୍ରାଇମଠାରୁ ନିଜକୁ କିପରି ଦୂରେଇ ରଖି ହେବ, ସାଇବର ସୁରକ୍ଷା କିପରି ଆମକୁ ନିଜର ଗୁପ୍ତତଥ୍ୟ ପ୍ରକାଶ କାହାକୁ କରିବା କାହାକୁ ନ କରିବା ଭଳି ବିଭିନ୍ନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବିସ୍ତୃତ କରି ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏହାପରେ ଋକୁ ସୁନା ନିଜର ସୁମଧୁର କଣ୍ଠରେ ସାଇବର ସୁରକ୍ଷା ଉପରେ ଗୀତ ପରିବେଷଣ କରିଥିଲେ । ତା’ ସହ ଓଡ଼ିଶା ପୋଲିସ ପକ୍ଷରୁ ଏକ ଭ୍ୟାନ ମଧ୍ୟ ସାଇବର ସୁରକ୍ଷା ଉପରେ ବାର୍ତ୍ତା ଦେବା ପାଇଁ ଆସିଥିଲା । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ, ଅଭିଭାବକମାନେ ଉପସ୍ଥିତ ଥିଲେ । ଟିଟିଲାଗଡ଼ ଥାନାର ଏସ ଆଇ କିରଣ କୁମାର ଜାନି, ଏସ ଆଇ ଖଗେଶ୍ବର ମାଝୀ, ଶ୍ରୀମତି ହୀରା ଖାଲକୋ, ଶ୍ରୀ ପାଣିଗ୍ରାହୀ, ଏ ଏସ ଆଇ ମନୋଜ ବିଶି, ଅହଲ୍ୟା ସୁନାନିଙ୍କ ସମେତ ଥାନାର ଗୁଲାମ ସାହୁ, ମଣ୍ଟୁ ସାହୁ ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।