ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ “ସେ ନୋ ଟୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ” ସଚେତନତା କାର୍ଯ୍ୟକ୍ରମ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସାଧାରଣ ଲୋକଙ୍କ ମଧ୍ୟରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ଅପକାରିତା ବିଷୟରେ ସଚ଼େତନ କରିବାକୁ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବାରିପଦା ବଡ଼ଦାଣ୍‌ଣ୍ଡରେ ଥିବା ବିଭିନ୍ନ ଖାଦ୍ୟ ପ୍ରସ୍ତୁତକାରୀ ଉଠା ଦୋକାନୀ ମାନଙ୍କୁ ସଚ଼େତନ କରାଯାଇଥିଲା । ଉଠା ଦୋକାନୀ ମାନେ ଅତି ଆଗ୍ରହର ସହିତ ଏହାକୁ ହୃଦୟଙ୍ଗମ କରିବା ସହିତ ପରିବେଶକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସ୍ଥାନୀୟ ବୁଦ୍ଧିଜୀବୀମାନେ ଡାକ ବିଭାଗର ଏପରି କାର୍ଯ୍ୟକ୍ରମକୁ ଖୁବ ପ୍ରଶଂସା କରିଥିଲେ । ମୟୂରଭଞ୍ଜ ଡ଼ାକ ମଣ୍ଡଳର ଭାରପ୍ରାପ୍ତ ଅଧିକ୍ଷକ ପ୍ରଣବ କୁମାର ମିଶ୍ରଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଡ଼ାକ ଅଧିକ୍ଷକ କାର୍ଯ୍ୟାଳୟର ଅଫିସ୍ ସୁପରଭାଇଜର ଉଜ୍ଵଳ କୁମାରଙ୍କ ସମେତ ଅନୀଲ ସାହା, ସୌରଭ କୁମାର ପାଲ, ଚନ୍ଦ୍ରଶେଖର ମହାନ୍ତି, ସୁଶାନ୍ତ କୁମାର ବେହେରା, ରବିରଞ୍ଜନ ସେନାପତି, ନୟନରଞ୍ଜନ ସାହୁ, ବିଧୁଭୂଷଣ ବେହେରା, ତପେଶ୍ଵର ମିଶ୍ର, ରତନ ହେମ୍ବ୍ରମ, ଶ୍ରୀଧର ସେଠୀ, ଶରତ ମହାପାତ୍ର, ବିଜୟ କୁମାର ସାହୁ, ଅଭିଳାଷ ମହାନ୍ତି ସହିତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.