oom

ସଚେତନତା ହିଁ ମାନବିକ ଅଧିକାର ହନନକୁ ରୋକି ପାରିବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାମ୍ବାଦିକ ଭବନ ବଲାଙ୍ଗିରଠାରେ ଗଣ୍ଡାବଜା ପରିବାର ତରଫରୁ ମାନବିକ ଅଧିକାର ଦିବସ ପାଳିତ ହୋଇଯାଇଛି । ସମ୍ପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ଅତିଥି ରୂପେ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର, ମୁଖ୍ୟବକ୍ତା ଡ. ସୁଜିତ କୁମାର ପୃଷେଠ ଫେଲୋ ପ୍ରଫେସର ନୂଆଦିଲ୍ଲୀ, ସମ୍ମାନିତ ଅତିଥି ଦିନେଶ ନାଗ ଆଇନଜୀବୀ, ବିରେନ୍ଦ୍ର ବାଗ ଆଇନଜୀବୀ ତଥା ମାନବିକ ଅଧିକାର କର୍ମୀ ଯୋଗ ଦେଇଥିଲେ । ସବୁ ସ୍ତରରେ ମାନବିକ ଅଧିକାର ହନନ ହେଉଥିବା ମତ ପ୍ରକାଶ ପାଇଥିଲା । ମୁଖ୍ୟ ଅତିଥି ମାନବିକ ଅଧିକାରର ସୁରକ୍ଷା ପାଇଁ ନିଜର କର୍ତ୍ତବ୍ୟ ଠିକ୍‌ ରୂପେ ତୁଳେଇବାର ଆବଶ୍ୟକତା ରହିଛି କହିଥିଲେ । ସ୍ୱତନ୍ତ୍ର ଅତିଥି ଆଇନ ଅପେକ୍ଷା ସଚେତନତା ହିଁ ମାନବିକ ଅଧିକାରକୁ ସୁରକ୍ଷା ଦେଇ ପାରିବ ବୋଲି ମତ ରଖିଥିଲେ । ଦିନେଶ ନାଗ ମାନବିକ ଅଧିକାର ହନନର ଆମୁଳଚୁଳ ବର୍ଣ୍ଣନା କରିଥିଲେ । ବିରେନ୍ଦ୍ର ବାଗ ସରକାରୀ ସ୍ତରରେ ଲୋକେ ହଇରାଣ ହେଉଥିବା କଥା ଦର୍ଶାଇଥିଲେ । ବ୍ଲକ ଶିକ୍ଷାଧିକାରୀ ତଥା କବି ନେପାଳ ଚନ୍ଦ୍ର ବାଗ କବିତା ପଠନ କରିଥିଲେ । ତରଣୀସେନ ଦୀପ ସଭା ପରିଚାଳନା କରିଥିବା ବେଳେ ରୁପାଲି ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକନେତା ବାସୁଦେବ ମୁଗ୍ରୀ, ସୂର୍ଯ୍ୟ ସୁନା, ଭୁବନ ନାଗ, ଶଙ୍କର ନନ୍ଦ, ସୁନିତା ଭୋଇ, ରାଜେନ୍ଦ୍ର ଦୀପ, ପ୍ରକାଶ ମହାକୁର, ଭୁର୍ଷୁବ ବାଗ, ସନ୍ତୋଷ ନନ୍ଦ, ଆନନ୍ଦ ବାରିକ, ଶିବ ଜାଲ, ନେପାଲ ବାଗ, ସଂଯୁଗ ସୁନା, ମଙ୍ଗଳୁ ତାଣ୍ଡି, ତୁଳସି ଜାଳ, ସଂଜିବ ଦୀପ, ନଳିନି ଦୀପ, ଶ୍ରୀକାନ୍ତ ମୁଗ୍ରୀ ସମେତ ଶତାଧିକ ଅଧିକାର ପାଇଁ ଲଢେଇ କରୁଥିବା କର୍ମୀ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.