oom

ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ସଚେତନତା କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ସମ୍ପ୍ରତି ପରିବେଶ ପ୍ରଦୂଷଣ ପ୍ରତି ଅନ୍ୟତମ ସମସ୍ୟାଭାବେ ଦେଖାଦେଇଥିବା ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ଜନିତ ସମସ୍ୟା ଓ ଏହାର ବ୍ୟବହାର ହ୍ରାସ ଓ ବର୍ଜନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସସ୍ମିତା ସାମଲଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ କ୍ଲବ୍‌ର ସଂଯୋଜକ ତଥା ଅଧ୍ୟାପକ ଡ. ପ୍ରତାପ କୁମାର ସ୍ୱାଇଁ ସଞ୍ଚାଳନ କରିଥିଲେ । ଡ. ସସ୍ମିତା ସାମଲ କାର୍ଯ୍ୟକ୍ରମ ଅୟୋଜନର ଆବଶ୍ୟକତା ସମ୍ପର୍କରେ କହିଥିବାବେଳେ ଡ. ସ୍ୱାଇଁ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । କ୍ଲବ୍‌ର ଅନ୍ୟତମ ସଦସ୍ୟା ତଥା ଅଧ୍ୟାପିକା ମନୀଷା ନାୟକ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର କୁପରିଣାମ ଏବଂ ଏହାର ପରିବେଶ ପ୍ରଦୂଷଣଜନିତ ସମସ୍ୟା ସମ୍ପର୍କରେ ବାର୍ତ୍ତା ଦେଇଥିଲେ । କ୍ଲବ୍‌ର ସଦସ୍ୟ ଅଧ୍ୟାପକ ବାସୁଦେବ ମାଝି ଓ ଅଧ୍ୟାପିକା ରଜନୀ କିସାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସରକାରୀ ନିର୍ଦ୍ଦେଶାବଳି ମୁତାବକ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବା ପଇଁ ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ସମେତ କ୍ଲବ୍‌ର ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟପିକାମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.