oom

ଯୁବ ରେଡକ୍ରସର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ

jsmm
  • ଜଣେ ଛାତ୍ର ୨୫ ଜଣଙ୍କୁ କରାଇବେ ସଚେତନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଡ୍‌ ରିବନ କ୍ଲବ ଯୁବ ରେଡକ୍ରସ ଆନୁକୂଲ୍ୟରେ ଏଚ୍‌ଆଇଭି ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ତଥା ଯୁବରେଡକ୍ରସ ପରାମର୍ଶଦାତା ବଳଭଦ୍ର ଦାଶଙ୍କ ଅଧ୍ୟଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଟଣାଗଡ ଜବାହର ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଣୟ ବଲ୍ଲଭ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରା ମହାନ ବୋଲି କହିବା ସହିତ ଏହାକୁ ଅନୁଶୀଳନ ସହିତ ପାଳନ କରାଗଲେ ଏଡ୍‌ସ ଦୂରାରୋଗ୍ୟ ଦୂର ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏମ୍‌.ଓ ଆୟୁଷ ଡଃ ଅଂଶୁପା କୁମାରୀ ଭୋଇ, ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆଇସିଟିସି କାଉନ୍‌ସେଲର ବେଲାଳସେନ ପଧାନ, ଉତ୍କଳ ସେବକ ସମାଜ ତଥା ଜିଲ୍ଲା ଏଡ୍‌ସ ସାଧନକର୍ମୀ ମହେନ୍ଦ୍ର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଡ୍‌ସର କାରଣ ଓ ନିରାକରଣ ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ରେଡକ୍ରସ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ କରାଯାଇ ପୂଜାଅର୍ଚ୍ଚନା କରାଯାଇଥିଲା । ମୁଖ୍ୟଅତିଥିଙ୍କ ପ୍ରସ୍ତାବ କ୍ରମେ ପ୍ରତ୍ୟେକ ଯୁବରେଡକ୍ରସ ସ୍ୱେଚ୍ଛାସେବୀ ୨୫ ଜଣ ଲେଖାଏଁ ବ୍ୟକ୍ତିଙ୍କୁ ଏଡ୍‌ସ ରୋଗ ସମ୍ପର୍କରେ ସଚେତନ କରାଇବାକୁ ଛାତ୍ରଛାତ୍ରୀମାନେ ସଂକଳ୍ପ ନେଇଥିଲେ । ଆଗାମୀ ଏକମାସ ମଧ୍ୟରେ ଛାତ୍ରଛାତ୍ରୀମାନେ ସଚେତନ କରାଇଥିବା ବ୍ୟକ୍ତିମାନଙ୍କର ତାଲିକା ବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିବା ବେଳେ ସ୍ୱେଚ୍ଛାସେବୀମାନେ ଯୋଗଦେଇ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ହରେଶ କୁମାର ବେହେରା, ଗୁଣମଣି ସାହୁ, ନନ୍ଦକିଶୋର ବାଗ, ଗୌରୀ ଶବର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଓଡିଆ ଅଧ୍ୟାପକ ପ୍ରଶାନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.