ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅବିଭାବକ ସଚେତନତା କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଡୁଙ୍ଗୁରିପାଲି କ୍ଲଷ୍ଟର ସ୍ଥିତ ବ୍ଲକ ସମ୍ବଳ କେନ୍ଦ୍ର ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷକ ଓ ଅବିଭାବକଙ୍କ ଏକଦିବସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଗୋଷ୍ଠୀ ସମ୍ବଳଶିକ୍ଷକ ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ବ୍ଲକ ସହଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ବିଆରଟି ସୀତାରାମ ପଧାନ, ସହଲା ସିଆରସିସି ରଞ୍ଜନକୁମାର ଦାଶ, ପୂର୍ବତନ ସିଆରସିସି ଶଶିଭୂଷଣ ପୁରୋହିତ, ଆଇଇଭି ଲୋଚନ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଉନ୍ନତି ପାଇଁ ପିତାମାତା ଓ ଅବିଭାବକଙ୍କ ଭୂମିକା, ବିଭିନ୍ନ ସରକାରୀ ଯୋଜନାର ଉପଲବ୍ଧତା, ପ୍ରଶସ୍ଥ ମୋବାଇଲ ଆପ୍‌ର ବ୍ୟବହାର, ଅନ୍ତର୍ଭୁକ୍ତିକରଣ ଶିକ୍ଷା ବିଷୟରେ ଦିଗଦର୍ଶନ ଦେଇଥିଲେ । ସହଲା, ଡୁଙ୍ଗୁରିପାଲି, ଚିନାଜୁରୀ କ୍ଲଷ୍ଟରର ୪୨ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅବିଭାବକ ଅଂଶଗ୍ରହଣ କରିଥିଲେ । ଶିକ୍ଷକ କେଶବ ଜେନା, ଧର୍ମେନ୍ଦ୍ର ହରିପାଳ, ଶିକ୍ଷୟିତ୍ରୀ ପ୍ରେମଶୀଳା ମେହେର, ପୁରାତନ ଛାତ୍ର ବିଭୁତି ପଧାନ ସହଯୋଗ କରିଥିଲେ । ଶେଷରେ ସ୍ଥାନୀୟ ସିଆରସିସି ପ୍ରବୀର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.